ଯୁବ ଯାଦବ ଓ ମହିଳା ସଂଘ କର୍ମକର୍ତ୍ତା ଚୟନ

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କୋକସରା ବ୍ଲକ ଡୁଡୁକାଠେଙ୍ଗା ଆଞ୍ଚଳିକ ଯାଦବ ସମାଜ ପକ୍ଷରୁ ମୁଗୁନାପଦର ସ୍ଥିତ ବାଲେଶ୍ୱର ମହାଦେବ ଶିବ ମନ୍ଦିର ପ୍ରାଙ୍ଗଣରେ ଯୁବ ଯାଦବ ଓ ମହିଳା ସଂଗଠନର କର୍ମକର୍ତ୍ତା ଚୟନ କରାଯାଇଛି। ଡୁଡୁକାଠେଙ୍ଗା ଆଞ୍ଚଳିକ ଯାଦବ ସମାଜର ସଭାପତି ଗୁଣଧର କଟାଙ୍କ ସଭାପତିତ୍ବରେ ଏକ ବୈଠକ ହୋଇଥିଲା। ଏଥିରେ ବ୍ଳକ ଯାଦବ ସମିତିର ସଭାପତି ଦ୍ବାରିକାନାଥ ବାଗ, ବ୍ଳକ ଯୁବ ଯାଦବ ସଭାପତି ଯୋଗେନ୍ଦ୍ର ହଂସ, ବ୍ଳକ ଯାଦବ ସମିତି ସଭାନେତ୍ରୀ ହରିପ୍ରିୟା ନାଗ, ଆମପାଣି ଜୋନ୍ କର୍ମଚାରୀ ସଂଘ ସଭାପତି ମାରଗୁଣିଆ ନାଗ ପ୍ରମୁଖ ଯୋଗଦେଇ ଥିଲେ। ଅନ୍ୟମାନଙ୍କ ମଧ୍ୟରେ ଡୁଡୁକାଠେଙ୍ଗା ଆଞ୍ଚଳିକ ଯାଦବ ସମିତିର ସମ୍ପାଦକ ବଂଶୀଧର ନାଗ, ସହ ସମ୍ପାଦକ ମଧୁସୂଦନ କଟା, କୋଷାଧ୍ୟକ୍ଷ ଭିବେ ଭରାଶଗଡିଆ, ଦିଗାମ୍ବର ନାଗ, ପରମାନନ୍ଦ ନାଗ ପ୍ରମୁଖ ଉପସ୍ଥିତ ଥିଲେ। ଏହି କ୍ରମରେ ଆଞ୍ଚଳିକ ଯୁବ ଯାଦବ ଓ ମହିଳା ସଂଗଠନର କର୍ମକର୍ତ୍ତା ଚୟନ କରାଯାଇଛି। ଆଞ୍ଚଳିକ ଯୁବ ଯାଦବ ସଭାପତି ଭାବେ ହିତେଶ କାଣ୍ଡ, କାର୍ଯ୍ୟକାରୀ ସଭାପତି ପୂର୍ଣ୍ଣ କଟା, ସମ୍ପାଦକ ମଧୁସୂଦନ ରୋଧି, ମହିଳା ସଂଘର ସଭାନେତ୍ରୀ ମରୁଆ ନାଗ, ସମ୍ପାଦିକା ରୀତା କଟା, କାର୍ଯ୍ୟକରୀ ସଭାନେତ୍ରୀ ଅମିନା ଗୋପାଳ ପ୍ରମୁଖ ମନୋନୀତ ହୋଇଥିଲେ। ଉପଦେଷ୍ଟା କମିଟିରେ ହେମରାଜ ନାଗ, ବାସୁଦେବ ରୋଥି, କାର୍ତ୍ତିକ ବାଗ, ସୁରେନ୍ଦ୍ର କଟା, ଜଗଦୀଶ କେତକୀ, ତୁଲାରାମ ଯୁଏଡ, ଡମ୍ବରୁଧର ଡୁଡୁକିଆ, ରୁକଚନ ନାଗ, ପନାମ ବାଗ, କବିରାଜ ନାଗ, ଚୈତନ୍ୟ କେତକୀ, ଭୁବନେଶ୍ୱର କଟା ପ୍ରମୁଖ ରହିଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.