କୋକସରା ଠାରେ ଚାଲିଥିବା ରବିଧାନ ପଞ୍ଜିକରଣ ଦାବିରେ ଷଷ୍ଠ ଦିନରେ ଚାଷୀଙ୍କ ଆନ୍ଦୋଳନ: ସାମିଲ ହେଲେ ଜୟପାଟଣା ବ୍ଲକ ର ତିନୋଟି ପଞ୍ଚାୟତର ଚାଷୀ

ଓଡ଼ିଆ ବାର୍ତ୍ତା/ ଜୟପାଟଣା (ଧନେଶ୍ଵର ପୁଞ୍ଜି): କଳାହାଣ୍ଡି ଜିଲ୍ଲା ମୁଖିଗୁଡା ଇନ୍ଦ୍ରାବତୀ ପ୍ରକଳ୍ପ ମେଗାଲିପ୍ଟ କେନାଲ ପାଣି ମାଧ୍ୟମରେ ଜୟପାଟଣା, କୋକସରା, ଧର୍ମଗଡ଼ ବ୍ଳକ ର ପ୍ରାୟ ୧୮ ହଜାର ୮୫୫ ହେକ୍ଟର ଜମିରେ ଚଳିତ ରବିଋତୁରେ ଧାନ ଚାଷ କରିଥିବା ବେଳେ ଧାନ ଅମଳ ସମୟ ପାଖେଇ ଆସିଛି। କିନ୍ତୁ ମଣ୍ଡି ରେ ଧାନ ବିକ୍ରୟ କରିବା ପାଇଁ ଆବଶ୍ୟକ ପଞ୍ଜିକରଣ ବ୍ୟବସ୍ଥା ହୋଇପାରିନାହିଁ। ଯାହାରି ଫଳରେ ଚାଷୀ ଙ୍କ କଷ୍ଟଲବ୍ଧଧାନ ବିକ୍ରୟ କରିବା ପାଇଁ ପଞ୍ଜିକରଣ ହେଉନଥିବାରୁ ଗତ ତା ୦୮/୦୫/୨୦୨୬ ରିଖ ଠାରୁ ତିନୋଟି ବ୍ଳକ ର ଚାଷୀ ମାନେ କୋକସରା ଠାରେ ଏନ୍ ଏଚ୍ ୨୬ ରାସ୍ତା ଅବରୋଧ କରି ନିଜର ଅସନ୍ତୋଷ ଜାହିର କରି ଥିବା ବେଳେ ବିଭାଗୀୟ କତୃପକ୍ଷ କିମ୍ବା ଜିଲ୍ଲା ପ୍ରଶାସନ ନ ଆସିବାରୁ କୌଣସି ସମାଧାନ ହୋଇନଥିଲା। ପ୍ରଶାସନ ର ଉଦାସୀନତା ପ୍ରତିଵାଦ ରେ ୯ ତାରିଖ ଠାରୁ ଚାଷୀ ମାନେ ଅନିର୍ଦିଷ୍ଟ ପ୍ରର୍ଯ୍ୟନ୍ତ ଧାରଣାରେ ବସିଥିବା ବେଳେ କୋକସରା କୃଷକ ମଞ୍ଚ ର ଆବାହକ ରାଜିବ ଅଗ୍ରୱାଲ ଙ୍କ ଆହ୍ବାନ କ୍ରମେ ଆଜି ଜୟପାଟଣା ବ୍ଲକ ର ଅଁଳା ଭଟ୍ଟା, ସର୍ଗିଗଗୁଡା ଓ ରେଙ୍ଗାଲପାଲି ଗ୍ରାମ ପଞ୍ଚାୟତ ର ଚାଷୀ ମାନେ ବହୁ ସଂଖ୍ୟାରେ ଯୋଗ ଦେଇ ଧାରଣା ରେ ବସିଥିଲେ। ଏହି ଆନ୍ଦୋଳନ ରେ ତିନୋଟି ପଞ୍ଚାୟତ ର ନଲିନି ପୁଝାରୀ, ମହେନ୍ଦ୍ର ନାଏକ, ଯୁଗେଶ୍ବର ନାଗ, ଐଶ୍ୱର୍ଯ୍ୟ କୁମାର ଦାସ, ଦେବାନନ୍ଦ ଶବର, ଧନସିଙ୍ଗ ଶବର, ଧନେଶ୍ଵର ପୁଞ୍ଜି, ଧୃବ ଚରଣ ସାହୁ, ଚନ୍ଦ୍ର ବାଣୁଆ, ବିସ ମାଝୀ, ରତ୍ନାକର ମାଝୀ, ଗୌର ଶବର, ରୋମାଞ୍ଚଳ ନାଏକ, ଗୟା ସାହୁ, ଇନ୍ଦ୍ରମଣି ସାହୁ ବନବାସ ଶଵର, ଚନ୍ଦ୍ର ଧ୍ଵଜ ବାଣୁଆ, ବୃଷବ ବାଗ, ଭୁବନେଶ୍ୱର ଦୁର୍ଗା, ପ୍ରମୁଖ ସାମିଲ ହୋଇ ଧାରଣାରେ ବସିଥିଲେ। ଏହି ଧାରଣା ସ୍ଥଳରେ କୋକସରା ବ୍ଲକ କୃଷକ ମଞ୍ଚ ର ଆବାହକ ରାଜିବ କୁମାର ଅଗ୍ରୱାଲ, ଏବଂ ବିଶିଷ୍ଟ ବ୍ୟକ୍ତି ମାନେ ଉପସ୍ଥିତ ରହି ଏହି ଆନ୍ଦୋଳନ କୁ ବ୍ୟାପକ କରିବା ପାଇଁ ଧାରଣା ୧୮ ତାରିଖ ପର୍ଯ୍ୟନ୍ତ ଚାଲିବ ଏବଂ ୧୯ ତାରିଖ ରେ ଜିଲ୍ଲାପାଳ କାର୍ଯ୍ୟାଳୟ ଘେରାଉ କରିବା ପାଇଁ ଚାଷୀ ମାନଙ୍କୁ ଆହ୍ବାନ ଦେଇଥିଲେ

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.