ପୂର୍ବ ଶତ୍ରୁତା ଓ ଜୁଆ ଆଡ୍ଡାରୁ ଲୁଟ ଘଟଣାରୁ ନିଖିଲକୁ ଗୁଳି କରି ହତ୍ୟା ଘଟଣା : ଗିରଫ ସଂଖ୍ୟା ୯କୁ ବୃଦ୍ଧି

ଓଡ଼ିଆ ବାର୍ତ୍ତା/ ରାୟଗଡା (ପଦ୍ମନ ଭତ୍ରା): ରାୟଗଡା ଜିଲ୍ଲାର ବହୁ ଚର୍ଚ୍ଚିତ ନିଖିଲ ହାଡପାକୁ ଗୁଳି କରି ହତ୍ୟାକାଣ୍ଡ ଘଟଣାରେ ପୂର୍ବ ଶତ୍ରୁତା ଓ ଜୁଆ ଖେଳରୁ ଲୁଟ ଘଟଣା କୁ କେନ୍ଦ୍ର କରି ହତ୍ୟା କରାଯାଇଥିବା ରାୟଗଡା ପୁଲିସ ଆଜି ସୂଚନା ପ୍ରଦାନ କରି ଆଜି ଗଣମାଧ୍ୟମ କୁ ସୂଚନା ଦେଇ ଏହି ହତ୍ୟାକାଣ୍ଡରେ ଗିରଫ ସଂଖ୍ୟା ୯ ହୋଇଥିବା କହିଛି Iଏହି ଗ୍ୟାଙ୍ଗୱାର ଜନିତ ହତ୍ୟାକାଣ୍ଡକୁ ନେଇ ରାୟଗଡା ଜିଲ୍ଲା ଅଶାନ୍ତ ହୋଇଥିଲା । ରାୟଗଡା ପୁଲିସ ବିହାର ରାଜ୍ୟର ଅଉରଙ୍ଗାବାଦ ଜିଲ୍ଲା ମଦନପୁର ପୁଲିସ ଷ୍ଟେସନ ଅଞ୍ଚଳରୁ ହତ୍ୟା ଘଟଣାର ମୁଖ୍ୟ ତିନି ଅଭିଯୁକ୍ତଙ୍କୁ ଗିରଫ କରିଥିଲା । ହତ୍ୟାକାଣ୍ଡରେ ଉମେଶ ହିଆଲ,ବିଲସନ ସେମିଲି ଓରଫ ରାଜ ସିମେଲି ଓ ଅକ୍ଷୟ ସାମଲ ଓରଫ ଟିଙ୍କୁଲୁ କୁ ବିହାର ରାଜ୍ୟରୁ ଗିରଫ କରିଥିଲା । ଏହି ଘଟଣାରେ ଜଡିତ ୱାଇ ଶ୍ୟାମ ସୁନ୍ଦର,ଭି ଲୋକେଶ କୁମାର,ବି ପବନ କୁମାର ଓ ଏସ ପ୍ରେମ କୁମାରକୁ ଆନ୍ଧ୍ର ପ୍ରଦେଶର ବିଶାଖାପାଟଣାରୁ ଗିରଫ କରିଥିବା ବେଳେ ସୁମିତ ଜୈନ କୁ କଳାହାଣ୍ଡି ଜିଲ୍ଲା କେସିଙ୍ଗାରୁ ଗିରଫ କରିଥଛି ସେହିଭଳି ରାୟଗଡାରୁ ରାଜା ହୁଇକା ଓରଫ ବରୁଣ କୁ ଗିରଫ କରିଥିଲା ପୁଲିସ I ପୁଲିସ ଅପରାଧି ମାନଙ୍କୁ ବିହାରରୁ ଗିରଫ କରିଥିବାରୁ ତାଙ୍କୁ ଟ୍ରାଞିଟ ରିମାଣ୍ଡରେ ଆଣି ଆଇନ ଅନୁଯାୟି ତଦନ୍ତ ପ୍ରକ୍ରିୟା ଆଗକୁ ବଢ଼ାଇଛି । ରାୟଗଡା ଆରକ୍ଷୀ ଅଧିକ୍ଷକ ସ୍ବାଥୀ ଏସ କୁମାରଙ୍କ ନେତୃତ୍ବରେ ଅତିରୀକ୍ତ ଆରକ୍ଷୀ ଅଧିକ୍ଷକ ରାମେନ୍ଦ୍ର ପ୍ରସାଦ ପୁଲିସର ଟେକନିକାଲ ଟିମ ସହାୟତାରେ ତଦନ୍ତ ଚାଲିଥିଲା । ଏହି ଘଟଣାରେ ପୁଲିସ ୬ଟି ଟିମ ଗଠନ କରି ରାଜ୍ୟ ଏବଂ ରାଜ୍ୟ ବାହାରେ ତଦନ୍ତ କରିଥିଲା । ଏ ଏସ ପି ମନୋଜ ପୂଜାରୀ,ଏସ ଡି ପି ଓ ଗୌରହରୀ ସାହୁ,ରାୟଗଡା ଆଇ ଆଇ ସି ପ୍ରସନ୍ନ କୁମାର ବେହେରା,ସାଇବର ସେଲ ର ଇନିସପେକ୍ଟର ଅବିନାଶ ରେଡ୍ଡୀ ଓ ଅନ୍ୟ ଅଧିକାରୀ ମାନେ ଏହି ହତ୍ୟା ଘଟଣାର ତଦନ୍ତ କରୁଥିଲେ ବୋଲି ପୁଲିସ ସୂଚନା ଦେଇଛି I ପୁଲିସ ଏହି ଘଟଣାରେ ଗୋଟିଏ ପିସ୍ତଲ, ୨ଟି ଚାରି ଚକିଆ ଯାନ, ୧୧ଟି ଫୋନ, କ୍ରେଡିଟ କାର୍ଡ ଓ ଟଙ୍କା ଜବତ କରିଛି I ଏହି ଘଟଣାରେ ବର୍ତ୍ତମାନ ସୁଦ୍ଧା ୯ ଜଣଙ୍କୁ ଗିରଫ କରିଥିବା ବେଳେ ୨୧ ଜଣ ସମ୍ପୃକ୍ତ ଥିବା ରାୟଗଡା ଏସ ପି ସ୍ଵାଥୀ ଏସ କୁମାର ସୂଚନା ଦେଇଛନ୍ତି I ଅନ୍ୟ କାହାର ସମ୍ପୃକ୍ତି ଥିବା ନେଇ ମଧ୍ୟ ତଦନ୍ତ ଜାରି ରହିଛି I ହତ୍ୟାକାଣ୍ଡ ପାଇଁ ରାୟଗଡା ସହର ସ୍ଥିତ ତେଜସ୍ୱୀ ହୋଟେଲ ହୋଟେଲରେ ଯୋଜନା ହୋଇଥିବା ନେଇ ପୁଲିସ ସୂଚନା ଦେଇଛି I

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.