ଭିଜିଲାନ୍ସ ଜାଲରେ କୋଲନରା ବ୍ଲକର ଆରଡବ୍ଲ୍ୟୁଏସଏସ ସହକାରୀ ଯନ୍ତ୍ରୀ

ଓଡ଼ିଆ ବାର୍ତ୍ତା/ ରାୟଗଡା (ପଦ୍ମନ ଭତ୍ରା): ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗ ରେ ଭିଜିଲାନ୍ସ ର ଏକ ଟିମ କୋଲନରା ଆର ଡବ୍ଲୁ ଏସ ଏସ ସହକାରୀ ଯନ୍ତ୍ରୀ ମଳୟ କୁମାର ନାୟକଙ୍କ ଅଫିସ ଓ ବାସଗୃହରେ ଚଡ଼ାଉ କରିଛନ୍ତି ।ରାୟଗଡା ରଇତ କଲୋନୀ ସ୍ଥିତ ଭଡା ଘର,କୋଲନରା କାର୍ଯ୍ୟାଳୟ ସହ ବ୍ରହ୍ମପୁର ର ୬ଟି ସ୍ଥାନରେ ଏକା ସଙ୍ଗେ ବ୍ରହ୍ମପୁର ଭିଜିଲାନ୍ସ ବିଭାଗର ୫ଜଣିଆ ଟିମ୍ ଚଡ଼ାଉ କରୁଛନ୍ତି ।ରାୟଗଡା ଠାରେ ଚଢ଼ାଉ ସମୟରେ କେତେ ଆୟ ବହିର୍ଭୁତ ସମ୍ପତି ଜବତ ହୋଇଛି ସେନେଇ କୌଣସି ସୂଚନା ଭିଜିଲାନ୍ସ ଦେଇନି I ଏହି ଟିମରେ ବ୍ରହ୍ମପୁର ବିଭାଗର ଭିଜିଲାନ୍ସ ଡି ଏସ ପି ବୈଦେହୀ କୁମାରୀ ବେହେରା,ଇନସ୍ପେକ୍ଟର ଦୀପ୍ତି ରଞ୍ଜନ ଓଝା,ଏ ଏସ ଆଇ ଦୁର୍ଗା ପ୍ରସାଦ ହୋତା,କନଷ୍ଟେବଳ ସଂଯୁକ୍ତା ପଟ୍ଟନାୟକ ଓ ଲକ୍ଷ୍ମିପତି ବେହେରା ରହିଛନ୍ତି | ଆଜି ଦିନ ୧୧ଟା ସମୟରୁ ଏହି ଚଢାଉ ରାୟଗଡ଼ା ରେ ହୋଇଥିବା ସୂଚନା ମିଳିଛି। ତାଙ୍କ ଘରୁ ସୁନା ଗହଣା ସହ ବିଭିନ୍ନ ଦସ୍ତାବିଜ ର ଯାଞ୍ଚ ଚାଲିଥିବା ବେଳେ ସମସ୍ତ ସୂଚନା ଯାଞ୍ଚପରେ ପ୍ରଦାନ କରାଯିବ ବୋଲି ଭିଜିଲାନ୍ସ ତରଫରୁ ସୂଚନା ମିଳିଥିବା ଖବର ରହିଛି ଦିଆଯିବ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.