ମୁନ୍ କମ୍ୟୁନିକେସନ ପକ୍ଷରୁ ପାଳିତ ହେଲା ଆନ୍ତର୍ଜାତିକ ଜୈବ ବିବିଧତା ଦିବସ: ଅନୁଷ୍ଠିତ ହେଲା ମହିଳା ସାଇକେଲ ରାଲି ଓ ସଚେତନତା କାର୍ଯ୍ୟକ୍ରମ

ଓଡ଼ିଆ ବାର୍ତ୍ତା/ ବାଲେଶ୍ୱର (କୃଷ୍ଣ କୁମାର ମହାନ୍ତି): ସାମାଜିକ ସଂଗଠନ ‘ମୁନ କମ୍ୟୁନିକେସନ’ ତରଫରୁ ଆନ୍ତର୍ଜାତିକ ଜୈବ ବିବିଧତା ଦିବସ ମହାସମାରୋହରେ ପାଳିତ ହୋଇଯାଇଛି। ସଂଗଠନର ସମ୍ପାଦକ ଅବନୀ କୁମାର ଜେନାଙ୍କ ନେତୃତ୍ୱରେ ଏକ ମହିଳା ସାଇକେଲ ରାଲି ରଣସାହି, ଗୁଡ଼ୁ ଓ ହିଡିଗାଁ ଗ୍ରାମ ପଞ୍ଚାୟତ ପରିକ୍ରମା କରିଥିଲା। କାର୍ଯ୍ୟକ୍ରମରେ ଅତିଥି ଭାବେ ଯୋଗଦେଇ ସୁଶ୍ରୀ ପଙ୍କଜିନୀ ଦାସ ପରିବେଶ ସୁରକ୍ଷା ପାଇଁ ବୃକ୍ଷରୋପଣ ସହ ଛୋଟ ଛୋଟ ବନ୍ୟଜନ୍ତୁଙ୍କ ପାଇଁ ଜଙ୍ଗଲ ସୃଷ୍ଟିର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ।

ମମତା ବେହେରା ବିଶ୍ୱ ଖାଦ୍ୟ ଶୃଙ୍ଖଳ ଉପରେ ଆଲୋଚନା କରି କହିଥିଲେ ଯେ ଗୋଟିଏ ଜାତି ନଷ୍ଟ ହେଲେ ଏହାର ନକାରାତ୍ମକ ପ୍ରଭାବ ସମଗ୍ର ମାନବ ଜାତି ଉପରେ ପଡ଼ିଥାଏ। ସେ ପ୍ରଦୂଷଣ ହ୍ରାସ ଓ ଜୈବ ବିବିଧତା ସଂରକ୍ଷଣ ପ୍ରତି ସମସ୍ତେ ଦୃଷ୍ଟି ଦେବାକୁ ନିବେଦନ କରିଥିଲେ।ଅନ୍ୟତମ ଅତିଥି ଶିକ୍ଷୟିତ୍ରୀ ସବିତା ନାୟକ ମହିଁଷାଳୀ ମୁହାଁଣରେ ମତ୍ସ୍ୟଜୀବୀମାନଙ୍କୁ ନୀଳରକ୍ତ କଙ୍କଡା ସୁରକ୍ଷା ପାଇଁ ବିଭିନ୍ନ ଉପାୟ ସମ୍ପର୍କରେ ସଚେତନ କରାଇଥିଲେ।

କାର୍ଯ୍ୟକ୍ରମ ଶେଷରେ ୨୦୨୬ ମସିହାର ବାର୍ତ୍ତା “ବିଶ୍ଵବ୍ୟାପୀ ପ୍ରଭାବ ପାଇଁ ସ୍ଥାନୀୟ ସ୍ତରରେ କାର୍ଯ୍ୟ”କୁ ଜାରି ରଖିବା ସହ କେବଳ ମନୁଷ୍ୟ ପାଇଁ ଜୈବ ବିବିଧତା ନଷ୍ଟ ହେଉଥିବାରୁ ଉପସ୍ଥିତ ସମସ୍ତେ ଜୈବ ବିବିଧତା ସୁରକ୍ଷା ପାଇଁ ଶପଥ ପାଠ କରିଥିଲେ। ଏହି ଅବସରରେ ବିଭିନ୍ନ ପଞ୍ଚାୟତରୁ ପୁଷ୍ପିତା ମଲ୍ଲିକ, ସୌମ୍ୟ ଶଭନା ନାୟକ, ନନ୍ଦିନୀ ମଲ୍ଲିକ, ଶ୍ରଦ୍ଧା ଦାସ, ସୁଲୋଚନା ଦାସ, ସୁସ୍ମିତା ସିଂହ, ନିରୁପମା ବେହେରା, ସ୍ମୃତିରେଖା ମଲ୍ଲିକ, ସସ୍ମିତା ମଲ୍ଲିକ, ରେଖା ମଲ୍ଲିକ, ମମତା ବେହେରା, ପ୍ରମିଳା ପାତ୍ର ପ୍ରମୁଖ ଯୋଗ ଦେଇ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.