ମହାଜନଗୁଡାରେ ଅବକାରୀ ଚଢାଉ: ୨ ଗିରଫ

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କୋକସରା ଅବକାରୀ ଥାନା ପକ୍ଷରୁ ଶନିବାର ମହାଜନଗୁଡା ଗ୍ରାମରେ ଚଢ଼ାଉ କରି ଦେଶୀ ଓ ବିଦେଶୀ ମଦ ଜବତ କରି ୨ ଜଣ କୁ ଗିରଫ କରିଯାଇଛି। ଗିରଫ ଅଭିଯୁକ୍ତମାନେ ହେଲେ ଗ୍ରାମର ମନୋହର ସାହୁ ଓ ବଳରାମ ମାଝୀ ବୋଲି ସୂଚନା ମିଳିଛି। ମହାଜନଗୁଡା ଗ୍ରାମବାସୀଙ୍କ ଅଭିଯୋଗ କ୍ରମେ କୋକସରା ଅବକାରୀ ଥାନା ଓଆଇସି ଗୁପ୍ତେଶ୍ୱର ପୁଟେଲଙ୍କ ନେତୃତ୍ୱରେ ଏହି ଚଢ଼ାଉ କରାଯାଇଥିଲା। ଚଢ଼ାଉ ସମୟରେ ମନୋହର ସାହୁଙ୍କ ନିକଟରୁ ୧୧.୦୫ ବିଦେଶୀ ମଦ ଓ ୭.୪୦୦ ଲିଟର ଦେଶୀ ମଦ ଜବତ କରାଯାଇଛି। ସେହିପରି ବଳରାମ ମାଝୀଙ୍କ ନିକଟରୁ ୬ ଲିଟର ଦେଶୀ ମଦ ଜବତ କରାଯାଇଛି। ଏହି ଚଢ଼ାଉରେ ଅବକାରୀ ଓଆଇସି ସମେତ ମହାଦେବ ମାଝୀ, ଖୁସିଦେବ କଟା ପ୍ରମୁଖ ସାମିଲ ହୋଇଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.