ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ ଯାଦବ ସମିତିର ସାଙ୍ଗଠନିକ ବୈଠକ ଓ ସମ୍ବର୍ଦ୍ଧନା ସଭା ତିଲେଇମାଲ ଆମ୍ବତୋଟାରେ ଅନୁଷ୍ଠିତ ହୋଇଯାଇଛି। ବ୍ଲକ ଯାଦବ ସମିତି ସଭାପତି ଲିଙ୍ଗରାଜ କରୁଆଁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ ମୁଖ୍ୟ ଅତିଥି ଭାବେ ବରିଷ୍ଠ ଯାଦବ ନେତୃତ୍ୱ ଗିରିଧାରୀ ଗଉଡ, ସମ୍ମାନୀତ ଅତିଥି ଭାବେ ଜିଲ୍ଲା ଯାଦବ ମହାସଭାର ପୂର୍ବତନ ସାଧାରଣ ସମ୍ପାଦକ ସଞ୍ଜୟ ଧଙ୍ଗଡାମାଝୀ, ଜିଲ୍ଲା ଉପସଭାପତି ଯୁଧିଷ୍ଠିର ଗଉଡ, ଜିଲ୍ଲା ସହ ସମ୍ପାଦକ ପୂର୍ଣ୍ଣଚନ୍ଦ୍ର ଗଉଡ, ବାଗପୁର ସରପଞ୍ଚ ଗୋପାଳ ହାତୀ, ନର୍ଲା ବ୍ଳକ୍ ଯୁବ ସଭାପତି ପ୍ରଶୁନ୍ କୁମାର ଜାଲ, ଲାଞ୍ଜିଗଡ଼ ବ୍ଲକ ଉପସଭାପତି ଶୋଭାବନ ଛତର ପ୍ରମୁଖ ମଞ୍ଚାସିନ ରହି ଜାତି ନନ୍ଦିଘୋଷକୁ ଆଗେଇ ନେବାକୁ ଅନୁରୋଧ କରିଥିଲେ।
ଏହି ଅବସରରେ +୩ ବିଜ୍ଞାନରେ କୃତିତ୍ବ ହାସଲ କରିଥିବା ସର୍ଗିଗୁଡାର ଉଗ୍ରସେନ ଗଉଡ଼ଙ୍କ ସୁପୁତ୍ରୀ ସ୍ମିତା ଗଉଡ, +୨ ବିଜ୍ଞାନରେ ୮୫.୫ % ମାର୍କ ରଖିଥିବା ଗାଡେବନ୍ଧର ଭୁବନ ବାଗଙ୍କ ସୁପୁତ୍ର ସୋଭିତ କୁମାର ବାଗ ଓ +୨ ବିଜ୍ଞାନରେ ୮୯.୫% ମାର୍କ ରଖିଥିବା ରୁପ୍ରାର ଡିଲେଶ୍ବର ଗଉଡଙ୍କ ସୁପୁତ୍ର ପିୟୁଷ ଗଉଡ, +୨ ବିଜ୍ଞାନରେ ୮୭.୯% ରଖିଥିବା ବାଗପୁରର ଜିତେନ୍ଦ୍ର ହାତୀଙ୍କ ସୁପୁତ୍ର କମଳେଶ ହାତୀ, ମାଟ୍ରିକ ପରୀକ୍ଷାରେ ୮୫% ମାର୍କ ରଖିଥିବା ଘୋଡ଼ାବନ୍ଧ ଗାଁର କାନ୍ତ ପୋଢଙ୍କ ସୁପୁତ୍ର ବୃନ୍ଦାବନ ପୋଢଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।

ଅନ୍ୟମାନଙ୍କ ମଧ୍ୟରେ ନର୍ଲା ବ୍ଲକ ଯାଦବ ସମିତି ଉପସଭାପତି ସୁନୀଲ କୁମାର ଧଙ୍ଗଡାମାଝୀ ଓ ମାର୍କଣ୍ଡ ଜାଲ, ସହ ସମ୍ପାଦକ ଅଜିତ କରୁଆଁ, କୋଷାଧ୍ୟକ୍ଷ ଗିରିଧାରୀ ଗଉଡ, ୨୫ଟି ଆଞ୍ଚଳିକ ସମିତିର ସଭାପତି, କାର୍ଯ୍ୟକର୍ତ୍ତା ଓ ଗ୍ରାମ୍ୟ କମିଟିର ସଭାପତି ଓ ସମ୍ପାଦକ ଉପସ୍ଥିତ ଥିଲେ। ନର୍ଲା ବ୍ଳକ୍ ଯାଦବ ସମିତି ସାଧାରଣ ସମ୍ପାଦକ ମଧୁ ସୂଦନ ରାଉତ ମଞ୍ଚ ପରିଚାଳନା କରିଥିବାବେଳେ ଶିକ୍ଷାବିତ ବିକ୍ରମ ଗଉଡ ଧନ୍ୟବାଦ ଅର୍ପଣ କରିଥିଲେ।






