ଶିକ୍ଷାଦାନ କ୍ଷେତ୍ରରେ ଉଲ୍ଳେଖନୀୟ ସଫଳତା ହାସଲ କରିଛି ନାଇସ ଇନଷ୍ଟିଚ୍ୟୁଟ

ଓଡିଆ ବାର୍ତ୍ତା/ କଟକ: ସମାଜରେ ଜ୍ଞାନର ଆଲୋକ ବିତରଣ କରିଚାଲିଛି ‘ନାଇସ ଇନଷ୍ଟିଚ୍ୟୁଟ’ । ଆଜିର ଏହି କୃତ୍ରିମ ବୁଦ୍ଧିମତା (ଏଆଇ) ଏବଂ ବୈଷୟିକ ଯୁଗରେ ‘ନାଇସ ଇନଷ୍ଟିଚ୍ୟୁଟ’ ସେହିଭଳି ଏକ ଆଧୁନିକ ଜ୍ଞାନର ମନ୍ଦିର ଭାବେ ପ୍ରତିଷ୍ଠା ଲାଭ କରିଛି ।  ଯୁବପିଢ଼ିଙ୍କୁ କେବଳ ପାଠ୍ୟପୁସ୍ତକ ନୁହେଁ ବରଂ ଜୀବନ ଜିଇଁବାର କଳା ଓ ବୃତ୍ତିଗତ ଦକ୍ଷତା ଶିକ୍ଷା ଦେଇ ନାଇସ ଇନଷ୍ଟିଚ୍ୟୁଟ୍ ଶିକ୍ଷାଦାନ ସେବାରେ ବ୍ରତୀ ବା ସମର୍ପିତ ଏକ ଅନନ୍ୟ ପରିଚୟ ସୃଷ୍ଟି କରିଥିବା ମହତ୍ ଅନୁଷ୍ଠାନ । ୨୦୧୬ ମସିହାରେ ଅନୁଗୁଳ ଜିଲ୍ଲା ବଇଣ୍ଡା ପବିତ୍ର ମାଟିରେ ପ୍ରତିଷ୍ଠିତ ହୋଇଥିବା ଏହି ଅନୁଷ୍ଠାନର ପ୍ରତିଷ୍ଠାତା ଯୁବ ସମାଜସେବୀ ତଥା ବିଶିଷ୍ଟ ଶିକ୍ଷାବିତ୍ ଗବେଷକ ବୁବୁନ୍ ପ୍ରଧାନ । ୧୫୦୦ ରୁ ଅଧିକ ଛାତ୍ରଛାତ୍ରୀଙ୍କ ସ୍ୱପ୍ନକୁ ସଫଳ କରିଥିବା ଏହି ଅନୁଷ୍ଠାନର ମୂଳ ଲକ୍ଷ୍ୟ ହେଉଛି ଡିଜିଟାଲ ସାକ୍ଷରତା । ଆଜିର ପ୍ରତିଯୋଗିତାମୂଳକ ବିଶ୍ୱରେ ଆଇଟି (ଆଇଟି) ଓ କମ୍ପ୍ୟୁଟର ଶିକ୍ଷାକୁ ପ୍ରତ୍ୟେକ ବିଦ୍ୟାର୍ଥୀଙ୍କ ପାଖରେ ପହଞ୍ଚାଇବା ପାଇଁ ଏଠାରେ ଅଭିଜ୍ଞ ପ୍ରଶିକ୍ଷକଙ୍କ ଦ୍ୱାରା ଉଚ୍ଚକୋଟୀର ପ୍ରଶିକ୍ଷଣ ପ୍ରଦାନ କରାଯାଉଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.