ବିମଳା ଧାନ ମଣ୍ଡି ଉଦଘାଟିତ

ଓଡ଼ିଆ ବାର୍ତ୍ତା/ ଜୟପାଟଣା (ଧନେଶ୍ଵର ପୁଞ୍ଜି): ଜୟପାଟଣା ବ୍ଲକ ଅନ୍ତର୍ଗତ ବାନେର ସେବା ସମବାୟ ସମିତିର ବିମଳା ଧାନ ମଣ୍ଡି ଅପରାହ୍ନ ୫ ଘଟିକା ସମୟରେ ଉଦଘାଟିତ ହୋଇଯାଇଅଛି। ବାନେର ସେବା ସମବାୟ ସମିତିର ସମ୍ପାଦକ ଉଦିତ କୁମାର ରାଉତଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ ଭଇଁରି ପାଲି ଗ୍ରାମର ଗନ୍ତିଆ ତଥା ବରିଷ୍ଠ ସମାଜସେବୀ ଲକ୍ଷ୍ମୀ ନାରାୟଣ ପଣ୍ଡା ମୁଖ୍ୟ ଅତିଥି ଯୋଗଦେଇ ଶୁଭ ଉଦ୍ଘାଟନ କରିଥିବା ବେଳେ ସମ୍ମାନିତ ଅତିଥି ଭାବରେ ଜୟପାଟଣା ବ୍ଲକ ଅଧ୍ୟକ୍ଷ ଥବିର ବାଗ, ବାନେର ସମବାୟ ସମିତିର ନିର୍ଦେଶକ କିଶୋର ଚନ୍ଦ୍ର ସା, ବୃନ୍ଦାବନ ରାଉତ, ହେମନ୍ତ ରାଉତ, ସମ୍ବାଦ ସାମ୍ବାଦିକ ଶରତ ଚନ୍ଦ୍ର ରାଉତ, ଲକ୍ଷ୍ମୀ ନାରାୟଣ ନାଏକ, ପ୍ରମୁଖ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ଜୟପାଟଣା ଆର୍ ଏମ୍ ସି ର ସୁପରଭିଇଜର ସୋମା ନାଏକ, ମଲୟ ପ୍ରଧାନୀ ପ୍ରମୁଖ ଉପସ୍ଥିତ ରହି ଧାନ ଉଠାଣ ରେ ସହଯୋଗ କରିଥିଲେ। ଆଜି ବିମଳା ଧାନ ମଣ୍ଡିରେ ଦୁଇ ଜଣ ଚାଷୀ ତ୍ରିଲୋଚନ ପଣ୍ଡା ର ୭୫ କ୍ଵିଣ୍ଟାଲ ଏବଂ ମହେଶ ଆନନ୍ଦଙ୍କର ୭୫ କ୍ଵିଣ୍ଟାଲ ଧାନ ପରଚେଜ୍ ହୋଇଥିବା ବେଳେ ମାଁ ଭୁବନେଶ୍ବରୀ ରାଇସ୍ ମିଲ ଧାନ ଉଠାଣ କରିଥିଲେ। ଉପସ୍ଥିତ ଅତିଥିମାନେ କିଭଳି ବିମଳାର ଧାନ ସୁରୁଖୁରୁରେ ଉଠି ଏବଂ ଚାଷୀ ମାନଙ୍କର କୋଣ ସି ଅସୁବିଧା ନ ହେବ ସେଥି ପ୍ରତି ଧ୍ୟାନ ଦେବାକୁ ବାନେର ପେକ୍ସ ସମ୍ପାଦକକୁ କହିଥିବା ବେଳେ ସମ୍ପାଦକ ମହାଶୟ ଚାଷୀ ମାନଙ୍କ ସହଯୋଗ କାମନା କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.