ଓଡ଼ିଆ ବାର୍ତ୍ତା/ ମୁରିବାହାଲ (ଅମରେଶ ମାଝୀ): ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଅନ୍ତର୍ଗତ ଚାନ୍ଦୋତରା – ବଙ୍ଗୋମୁଣ୍ଡା ୪୨ ନମ୍ବର ରାଜ୍ୟ ରାଜପଥ ମୁଖ୍ୟ ରାସ୍ତା ଚାନ୍ଦୋତରା ଗାଁ ଠାରେ ପିଚୁ ରାସ୍ତା ଉପୁଡି ଯାଇ ବଡ଼ ବଡ଼ ଗାତ ହୋଇଥିବା ବେଳେ ପଥର ଗୁଣ୍ଡ, ପିଚୁ, ନ ପକାଇ ପରିଶେଷରେ ସେହି ରାସ୍ତା କଡରେ ଗଦା ହୋଇଥିବା ଦୃଗନ୍ଧ ଯୁକ୍ତ ଅଳିଆ ଆବର୍ଜନା ରାସ୍ତା ମଝିରେ ହୋଇଥିବା ଗାତ କୁ ଢାଙ୍କି ମୁଖ୍ୟ ରାସ୍ତା ରେ ଗଦା କରି ଦିଆଯାଇ ଥିବା ଦେଖିବାକୁ ମିଳିଛି। ତେବେ ବର୍ତ୍ତମାନ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ, ମାତ୍ରାଧିକ, ଖରାତାପ ମାତ୍ରା ବୃଦ୍ଧି ପାଇଥିବାରୁ ପ୍ରଶାସନ ପକ୍ଷରୁ ଲୋକ ଙ୍କୁ ବିଭିନ୍ନ କାମ ସାରି ତୁରନ୍ତ ନିରାପଦ ସ୍ଥାନ କିମ୍ବା ନିଜ ଘରକୁ ଫେରିଯିବା କୁ ପରାମର୍ଶ ଦେଉଥିବା ବେଳେ ରାସ୍ତା ମଝିରେ ପୋତା ଯାଇଥିବା ଆଳିଆ ଆବର୍ଜନାରେ କାଳେ ଥିବା ଲୁହା କଣ୍ଟା କିମ୍ବା ଧାରୁ କଣ୍ଟା ଥିବା ଅନୁମେୟ। ଯାତାୟାତ କରୁଥିବା, ଚାରି ଚକିଆ ଜାନ ବାହାନ, ମଟର ସାଇକେଲ ଚକ ଖରା ଯୋଗୁ ନରମ ଥିବାରୁ ଚକରେ ଉକ୍ତ କଣ୍ଟା ଲାଗି ନାହିଁ ନ ଥିବାର ଅସୁବିଧା ସମ୍ମୁଖୀନ ହେବା ଆଶଙ୍କା ରହିଛି। ତେବେ ଏହି ମୁଖ୍ୟ ରାସ୍ତା ଭବାନୀପାଟଣା, ଖଡ଼ିଆଳ, ଟିଟିଲାଗଡ଼, ବଣ୍ଟାବାଞ୍ଜି, ସିନ୍ଧେକେଲା କଲାହାଣ୍ଡି ଜିଲ୍ଲାର ଧର୍ମଗଡ଼, ଜୁନାଗଡ଼, ଗୋଲାମୁଣ୍ଡା ଗାଁ ଗଣ୍ଡା ଠାରୁ ଏହି ରାସ୍ତା ରେ ପ୍ରତିଦିନ ହଜାର ହଜାର, ଚାରି ଚକିଆ ଯାନ ବାହାନ, ସାଇକେଲ, ମଟର ସାଇକେଲରେ ଯିବା ଆସିବା କରୁଛନ୍ତି। ଏହି ମୁଖ୍ୟ ରାସ୍ତା ଦେଇ ଯିବା ଆସିବା କରୁଥିବା ଜନ ସାଧାରଣ ଲୋକ ଅସନ୍ତୋଷ ଦେଖିବାକୁ ମିଳିଛି। କିଏ ଏହି ମୁଖ୍ୟ ରାସ୍ତା ଗାତରେ ଆଲିଆ ଆବର୍ଜନା ପକାଇଛି ତାହା ବୁଝା ପଡୁ ନାହିଁ। ସ୍ଥାନୀୟ ସରପାଞ୍ଚ ଜିତେନ୍ଦ୍ର ବଛା କହିଛନ୍ତି ଏହା ବରୋଧୀ ଲୋକଙ୍କ କାମ ମୁଁ ଏହାକୁ ସଫା କରାଇବି ବୋଲି କହିଛନ୍ତି। ତୁରନ୍ତ ପଞ୍ଚାୟତ ପ୍ରଶାସନ ଓ ବ୍ଲକ ପ୍ରଶାସନ ଏହାରି ଉପରେ ଦୃଷ୍ଟି ଦେଇ ମୁଖ୍ୟ ରାସ୍ତା ରେ ଗଦା ହୋଇ ଥିବା ଆଲିଆ ଆବର୍ଜନା କୁ ହଟାଇବା ପାଇଁ ଗ୍ରାମବାସି ମାନେ ଦାବି କରିଛନ୍ତି।





