ଭାଙ୍ଗିଲା ବ୍ଲକ ନର୍ଲା ପରିସର ମଧ୍ୟସ୍ଥ ସାଗୁଆନ ଗଛ: ଅଳ୍ପକେ ବର୍ତ୍ତିଲେ କର୍ମଚାରୀ

ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ ପରିସରରେ ଆଇସିଡିଏସ ସମ୍ମୁଖରେ ଏକ ବିଶାଳ କାୟ ବଟ ଗଛ ରହିଛି ଯାହା କି ୬୦ ବର୍ଷରୁ ଉର୍ଦ୍ଧ୍ୱ କାଳର ପୁରୁଣା ଗଛ। ଏବଂ ଏହା ବିପଦ ସଂକୁଳ ଅବସ୍ତାରେ ରହିଛି। ସେହିଭଳି ବ୍ଲକ ମଧ୍ୟସ୍ଥ ରାଜୀବ ଗାନ୍ଧୀ ସେବା କେନ୍ଦ୍ର ସମ୍ମୁଖରେ ମିସନ ଶକ୍ତି କେଫେ ର ପଛପଟେ ଗାଡି ପାର୍କିଂ ସମ୍ମୁଖରେ ରହିଛି ୧୦ ରୁ ଉର୍ଦ୍ଧ୍ୱ ବହୁ ପୁରୁଣା ସାଗୁଆନ ଗଛ ସବୁ। ବ୍ଲକ କଲୋନୀ କୁ ଯିବା ପାଇଁ ରହିଥିବା କଂକ୍ରୀଟ ରାସ୍ତା ପାଶ୍ୱରେ ରହିଥିବା ଏକ ବଡ ସାଗୁଆନ ଗଛର ବଡ ଶାଖା ଖଣ୍ଡେ ଆଜି ସକାଳ ୯.୨୦ ସମୟରେ ହଠାତ ଭାଙ୍ଗିକି ପଡିଗଲା। ଗଛଟିର ଅନତି ଦୁରରେ ବ୍ଲକ ଷ୍ଟାଫ ଏବଂ ଅନେକ ସାଧାରଣ ଲୋକେ ଠିଆ ହୋଇ କଥାବାର୍ତ୍ତା ହେଉଥିଲେ। ସମସ୍ତେ ଅଳ୍ପକେ ବର୍ତ୍ତି ଯାଇଥିବା ଜଣାପଡିଛି। ଅଦ୍ୟାବଧି ସାଗୁଆନ ଗଛର ଭଙ୍ଗା ଶାଖା ଖଣ୍ଡିକ କଂକ୍ରିଟ ରାସ୍ତା ଉପରେ ପଡି ରହିଛି। ପ୍ରବଳ ଖରା ଯୋଗୁଁ ଲୋକେ ଛାଇ ଟିକେ ଦେଖିଲେ ଗଛ ମୂଳକୁ ଚାଲି ଯାଉଛନ୍ତି ଖରାରୁ ବର୍ତ୍ତିବା ପାଇଁ। ହେଲେ ଅନେକ ସମୟରେ ଏହା ବିପଦ ସାଜୁଥିବା ଦେଖିବାକୁ ମିଳୁଛି। ଶାଗୁଆନ ଗଛ ର ଅତି ନିକଟରେ ଠିଆ ହୋଇଥିବା ନର୍ଲା ଆରଡବ୍ଲୁଏସଏସ ବିଭାଗର ସହକାରୀ ଯନ୍ତ୍ରୀ ସୁରେନ୍ଦ୍ର ସୁନାନୀ ନିଜ ଏସଇଏମ ଷ୍ଟାଫ ମାନଙ୍କ ସହ ଛିଡା ହୋଇ ବିଭାଗୀୟ କାମ ବିଷୟରେ ଆଲୋଚନା କରୁଥିଲେ। ବ୍ଲକ କୁ ବିଭିନ୍ନ କାମ ନେଇ ଆସିଥିବା ସାଧାରଣ ଲୋକେ ଏବଂ ଅନ୍ୟାନ୍ୟ ବ୍ଲକ ଷ୍ଟାଫ ମଧ୍ୟ ଅଳ୍ପକେ ବର୍ତ୍ତି ଯାଇଥିବା ଜଣାପଡିଛି। ତେବେ ବ୍ଲକ ପରିସର ମଧ୍ୟସ୍ଥ ଦୁର୍ବଳ ଓ ପୁରୁଣା ଗଛ ଗୁଡିକୁ କାଟି ବ୍ଲକ ପରିସରକୁ ବିପଦ ମୁକ୍ତ କରିବା ପାଇଁ ସାଧାରଣରେ ଦାବୀ ହେଉଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.