ଓଡ଼ିଆ ବାର୍ତ୍ତା/ ପୁରୁଷୋତ୍ତମପୁର (ପ୍ରସନ୍ନ କୁମାର ଦାଶ):
ଳପୁରୁଷୋତ୍ତମପୁର ବ୍ଳକ ଅଧକ୍ଷଙ୍କ ପ୍ରକୋଷ୍ଠରେ ଆଜି ନୂତନ ୩୦ ଜଣ ହିତାଧିକାରୀଙ୍କୁ ବାର୍ଦ୍ଧକ୍ୟ ଭତା ଟଙ୍କା ପ୍ରଦାନ କରାଯାଇଛି। ବ୍ଲକ ଅଧକ୍ଷା ପିଙ୍କି ବେହେରାଙ୍କ ସମେତ ଯୁବ ସମାଜସେବୀ ନିର୍ମଳ ଚନ୍ଦ୍ର ସାହୁ, ବିଧାୟକଙ୍କ ପ୍ରତିନିଧି କୋରାନାଥ ସ୍ୱାଇଁ, ଜଗତ ବନ୍ଧୁ ପଣ୍ଡା, ଜାମୁନି ସରପଞ୍ଚ ଇନ୍ଦ୍ରଜିତ ନାୟକ, ପୂର୍ବତନ ସରପଞ୍ଚ ରବି ବେହେରା, ପୂର୍ବତନ ଜିପିଓ ମୀନ କେତନ ବେହେରା, ଭତ୍ତା ବିଭାଗର ସୁପର ଭାଇଜର ଇଂ ଜୟଶ୍ରୀ ଦୋରା, ତାପସ ବେହେରା, ଅନ୍ୟ ସରପଞ୍ଚ ପ୍ରମୁଖ ଉପସ୍ଥିତ ଥିଲେ।





