ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଲାଞ୍ଜିଗଡ଼ ଗୋଷ୍ଠୀ ଶିକ୍ଷା ବିଭାଗ ଅଧିନସ୍ଥ ଗୋବର୍ଦ୍ଧନପୁର କ୍ଲଷ୍ଟର ସ୍ଥିତ ପୋଡ଼ାପଦର ସରକାରୀ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀ ମଞ୍ଜୁଲତା ଦାସ ଶନିବାର ଅବସର ଗ୍ରହଣ କରିଛନ୍ତି। ତେବେ ତାଙ୍କୁ ଅବସର ଗ୍ରହଣ ଦିନ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟଠାରେ ଗୋଷ୍ଠୀ ଶିକ୍ଷାଧିକାରୀ ରୁଷିଆ ମେହେରଙ୍କ ଉଦ୍ୟମରେ ପୂର୍ଣ୍ଣାଙ୍ଗ ପେନସନ ପ୍ରଦାନ ସହ ଆନୁଷଙ୍ଗିକ ବ୍ୟବସ୍ଥା କରାଯାଇଛି। ଯାହାକୁ ନେଇ ଅବସରପ୍ରାପ୍ତ ଶିକ୍ଷୟିତ୍ରୀ ଶ୍ରୀମତୀ ଦାସ ସମେତ ଉପସ୍ଥିତ କର୍ମଚାରୀ ଓ ଶିକ୍ଷକମାନେ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀ ମେହେରଙ୍କୁ ଧନ୍ୟବାଦ ଜଣାଇବା ସହ ତାଙ୍କର ଏଭଲି ପ୍ରୟାସକୁ ଶିକ୍ଷକ ମହଳରେ ଭୁୟସୀ ପ୍ରଶଂସା କରାଯାଇଛି। ପ୍ରକାଶ ଯେ ରାଜ୍ୟ ସରକାରଙ୍କ ଶିକ୍ଷା ବିଭାଗ ତରଫରୁ କର୍ମଚାରୀ ମାନଙ୍କୁ ଅବସର ଦିନ ପୂର୍ଣ୍ଣାଙ୍ଗ ପେନସନ୍ ପ୍ରଦାନ ବ୍ୟବସ୍ଥା କରାଯାଉଛି। ହେଲେ କେତେକ କାରଣରୁ ଏହା ଠିକ୍ ଭାବରେ କାର୍ଯ୍ୟକାରୀ ହୋଇ ପାରୁନାହିଁ। ତେବେ ଗୋଷ୍ଠୀ ଶିକ୍ଷା ଅଧୀକାରୀ ଶ୍ରୀ ମେହେରଙ୍କ ଉଦ୍ୟମରେ ଏହି ବ୍ୟବସ୍ଥା ଲାଞ୍ଜିଗଡ଼ ଶିକ୍ଷା ବିଭାଗରେ ସଫଳ ହେବାରେ ଲାଗିଛି। ପୂର୍ଣ୍ଣାଙ୍ଗ ପେନସନ୍ ପ୍ରଦାନ ସମୟରେ ଗୋବର୍ଦ୍ଧନପୁର କ୍ଲଷ୍ଟର ସଂଯୋଜକ କୁମାର ଗୈାରବ ପରିଡ଼ା, ଚମ୍ପାଦେଇପୁର କ୍ଳଷ୍ଟର ସଂଯୋଜକ ସୈାଭାଗ୍ୟ ରଞ୍ଜନ ସାହୁଙ୍କ ସମେତ ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯ୍ୟଳୟର ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ।





