ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ରେ ପୁଣି ଥରେ କାଳ ବୈଶାଖୀ ର ତାଣ୍ଡବ ଦେଖିବାକୁ ମିଳିଛି। ବୁଧବାର ସନ୍ଧ୍ୟା ୬.୩୦ ରେ ଚଳିତ ବର୍ଷର ପ୍ରଥମ କାଳ ବୈଶାଖୀ ତାଣ୍ଡବ ରଚି ଅନେକ କ୍ଷୟ କ୍ଷତି କରିଥିଲା। ପୁଣି ଶନିବାର ସନ୍ଧ୍ୟା ୫ ଘଣ୍ଟା ସମୟରେ କାଳ ବୈଶାଖୀର ତାଣ୍ଡବ ନର୍ଲା ଅଞ୍ଚଳରେ ଦେଖିବାକୁ ମିଳିଛି। ଏହି କାଳ ବୈଶାଖୀ ପ୍ରଭାବରେ ସ୍ଥାନେ ସ୍ଥାନେ ଗଛ ଡାଳ ଭାଙ୍ଗି ଯାଇଥିବା ବେଳେ ବାଲିପଡା, ବଫଲା ଓ ରୁପ୍ରାରୋଡ ମୁଖ୍ୟ ରାସ୍ତା ଉପରେ ବଡ ବଡ଼ ଗଛ ପଡି ଦୁଇ ଘଣ୍ଟା ଧରି ରାସ୍ତା ଜାମ ହୋଇଛି। ରୁପ୍ରାରୋଡର ପଲକା ପଡା ରାସ୍ତା କଡରେ ଏକ ବିଶାଳ କାୟ ଗଛ ପଡ଼ିଯିବା ପରେ ଦୁଇ ଘଣ୍ଟା ଧରି ରାସ୍ତା ଜାମ ହୋଇଥିଲା। ସେହିଭଳି ବଫଲା ଓ ବାଲିପଡା ଭବାନୀପାଟଣା – ଭୁବନେଶ୍ବର ରାଜ୍ୟ ରାଜପଥ ଉପରେ ବିଶାଳ କାୟ ଗଛ ପଡି ଦୁଇ ଘଣ୍ଟା ଧରି ମୁଖ୍ୟ ରାସ୍ତା ଜାମ ହୋଇଯାଇଥିଲା। ଶନିବାର ସନ୍ଧ୍ୟା ୫ ବେଳେ ବିଜୁଳି ଘଡ ଘଡି ସହ ଖୁବ ଯୋରରେ ପବନ ବହି ଗଛ ସବୁ ମୋଡି ଭାଙ୍ଗି ଦେବା ସହ ଘର ମାନଙ୍କର ଟିଣ ଛାତ ସବୁ ଉଡେଇ ନେଇଥିବା ଜଣା ପଡିଛି। ବିଭିନ୍ନ ଗ୍ରାମରୁ ସ୍ୱେଚ୍ଛାସେବୀ ମାନଙ୍କ ଫୋନ କଲ ପାଇ ନର୍ଲା ଗୋଷ୍ଠୀ ଉନ୍ନୟନ ଅଧିକାରୀ ବିପିନ ବିହାରୀ ଦୀପ ବଡ ବଡ ଗଛ ଭାଙ୍ଗି ରାସ୍ତା ଉପରେ ପଡିଥିବା ଖବର ନର୍ଲା ଅଗ୍ନିଶମ ବିଭାଗକୁ ଜଣାଇବା ପରେ ନର୍ଲା ଅଗ୍ନିଶମ ବିଭାଗ ଆଇଆଇସିଙ୍କ ନେତୃତ୍ବରେ ଓ ଫାୟାର ମେନ୍ ପ୍ରଣବ ନାଏକଙ୍କ ତତ୍ତ୍ୱାବଧାନରେ ଫାୟାର ବିଭାଗର ସମସ୍ତ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ରାସ୍ତା ଉପରେ ପଡିଥିବା ଗଛ ସବୁ ହଟାଇ ରାସ୍ତା ସଫା କରି ଟ୍ରାଫିକ ନିୟନ୍ତ୍ରଣ କରିଥିଲେ। କାଳ ବୈଶାଖୀ ସର୍ଗିଗୁଡା ଗ୍ରାମ ପଞ୍ଚାୟତ ଅଧିନସ୍ଥ ଭଟାଙ୍ଗ ଶାନ୍ତି ନଗର ପଡା ସଦାଭରା ସାଗରଙ୍କ ଚାରି ବଖରା ଘର ର ଆଜ ବେଷ୍ଟ ଛାତ ସମ୍ପୂର୍ଣ୍ଣ ଉଡେଇ ନେବା ଫଳରେ ସେ ବେସାହାରା ହୋଇ ପଡିଥିବା ଜଣା ପଡିଛି। ଏବେ ସେ ଛୁଆ ପିଲା ପରିବାର ନେଇ କୋଉଠି ମୁଣ୍ଡ ଗୁଞ୍ଜିବେ ବୋଲି ଦୁଃଖରେ ଭାଙ୍ଗି ପଡିଛନ୍ତି। ଶନିବାର ଦିନର କାଳ ବୈଶାଖୀ ଅନେକ ଲୋକଙ୍କ ଘର ଭାଙ୍ଗି ବେସାହାରା କରିଥିବା ଖବରରୁ ଜଣାପଡ଼ିଛି।





