ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ ଅନ୍ତର୍ଗତ ତୁଳା ଗାଁ କ୍ଲଷ୍ଟର ତରଫରୁ ଚାକିରୀରୁ ଅବସର ନେଇଥିବା ଶିକ୍ଷକ ଗୁଣନିଧି ପଧାନଙ୍କର ସେବାନିବୃତ୍ତ ସମାରୋହ ନିଜ ଗ୍ରାମ ଆଡ୍ରିଂ ଠାରେ ମହା ସମାରୋହରେ ପାଳିତ ହୋଇଛି। ତୁଲାଗାଁ ସିଆରସିସି ହେମନ୍ତ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଏନେଇ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ନର୍ଲା ବ୍ଲକ ଅତିରିକ୍ତ ଶିକ୍ଷା ଅଧିକାରୀ ଗୋବର୍ଦ୍ଧନ ମାଝୀ, ସମ୍ମାନିତ ଅତିଥି ଭାବରେ ନର୍ଲା ବ୍ଳକ ପ୍ରାଥମିକ ଶିକ୍ଷକ ସଂଘ ସଭାପତି ମୀନ କେତନ ସାହୁ, ସଂପାଦକ ଅମିତ କୁମାର ଶର୍ମା, ଶିକ୍ଷା ବିଭାଗର ବରିଷ୍ଠ ସହାୟକ ଜୟଚନ୍ଦ୍ର ହାତୀ, ଅବସର ପ୍ରାପ୍ତ ଶିକ୍ଷକ ଉଗ୍ରସେନ ପଟ୍ଟନାୟକ, ସମାଜସେବୀ ନରସିଂହ ଥପା ପ୍ରମୁଖଙ୍କ ସହ ଅବସରପ୍ରାପ୍ତ ଶିକ୍ଷକ ଗୁଣନିଧି ପଧାନ ମଞ୍ଚାସୀନ ଥିଲେ। ମଞ୍ଚ ପରିଚାଳନା କରିଥିଲେ ସିଆରସିସି ଫିରୋଜ କୁମାର ପଧାନ। ଅତିଥିବୃନ୍ଦ ଗୁଣନିଧି ପଧାନଙ୍କର ଚାକିରି ଜୀବନ, ଶିକ୍ଷା ଵିଭାଗ ପ୍ରତି ତାଙ୍କର ଅବଦାନ ଉପରେ ଆଲୋକପାତ କରିବା ସହ ସେ ଜଣେ ପରିବେଶ ପ୍ରେମୀ ଓ ଛାତ୍ରବତ୍ସଳ ଶିକ୍ଷକ ଥିବା ବର୍ଣ୍ଣନା କରିଥିଲେ। ଶେଷରେ ତୁଳାଗାଁ କ୍ଲଷ୍ଟର, ଶିକ୍ଷା ବିଭାଗ, ବ୍ଲକ ଶିକ୍ଷକ ସଂଘ ତରଫରୁ ମାନପତ୍ର, ଉପଢ଼ୌକନ ସହ ତାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। କବି ଓ ଶିକ୍ଷକ କ୍ଷିତିଶ ଚନ୍ଦ୍ର ମାଝୀଙ୍କ ଦ୍ଵାରା ଶିକ୍ଷକ ଗୁଣନିଧି ପଧାନ ଉପରେ ଏକ କବିତା ପାଠ କରଯାଇଥିଲା। ଶିକ୍ଷକ ନେପାଳ ଚନ୍ଦ୍ର ବିଶ୍ବାଳ, ଶରତ କୁମାର ପଧାନ ଓ ଅନ୍ୟାନ୍ୟ ଶିକ୍ଷକ ଶିକ୍ଷୟିତ୍ରୀମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।





