ସ୍ୱଦେଶୀ ଜାଗରଣ ମଞ୍ଚର ଜିଲ୍ଲା ବିଚାର ବର୍ଗ ଅନୁଷ୍ଠିତ

ସ୍ୱାବଲମ୍ବୀ ଭାରତ ନିର୍ମାଣ

ସ୍ୱଦେଶୀ ହିଁ ଏକମାତ୍ର ବିକଳ୍ପ

ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ସ୍ୱଦେଶୀ ଜାଗରଣ ମଞ୍ଚ, ସ୍ୱାବଲମ୍ବୀ ଭାରତ ଅଭିଯାନ, କଳାହାଣ୍ଡି ଜିଲ୍ଲା ପକ୍ଷରୁ ଜିଲ୍ଲା ପ୍ରଶିକ୍ଷଣ ଓ ବିଚାର ବର୍ଗ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ସଦସ୍ୟା ଶର୍ମିଷ୍ଠା ନାୟକଙ୍କ ସଂଯୋଜନାରେ ଆୟୋଜିତ କାର୍ଯ୍ୟକ୍ରମରେ ସ୍ଥାନୀୟ ଚିନ୍ମୟ ମିଶନ ମୁଖ୍ୟ ଆଚାର୍ଯ୍ୟ ସ୍ୱାମୀ ଅମେୟାନନ୍ଦ ସରସ୍ଵତୀ ଜୀବନର ଲକ୍ଷ୍ୟକୁ ପ୍ରାପ୍ତ କଠିନ ପରିଶ୍ରମ ଓ ସଦଗୁଣ ଯୁକ୍ତ ହୋଇ ପରୋପକାର ମାଧ୍ୟମରେ ସମାଜର ଉତ୍ଥାନ ପାଇଁ କାର୍ଯ୍ୟ କରିବା ପାଇଁ ଆହ୍ୱାନ ଦେଇ ଆଶିର୍ବଚନ ପ୍ରଦାନ କରିଥିଲେ।

ସମ୍ମାନିତ ଅତିଥି ଅଭିଯାନର ସଂରକ୍ଷକ, ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘର ବିଭାଗ ସଂଘଚାଳକ ଜୟନାରାୟଣ ବାବୁ ସଂଘ ଶତାବ୍ଦୀ ବର୍ଷରେ ସ୍ୱ ବୋଧର ଜାଗରଣ ପାଇଁ ଆହ୍ୱାନ ଦେଇଥିଲେ। ମଞ୍ଚର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟ ମନୋଜ କୁମାର ନାୟକ ମୁଖ୍ୟବକ୍ତା ଭାବରେ ଯୋଗ ଦେଇ ସ୍ୱଦେଶୀ ଯାତ୍ରା ଓ ସ୍ୱଦେଶୀ ଅବଧାରଣା ବିଷୟରେ ମାର୍ଗଦର୍ଶନ କରିଥିଲେ।

ପ୍ରାନ୍ତ ସମ୍ପର୍କ ପ୍ରମୁଖ ପ୍ରତୀକ ଯୋଷୀ ଓ ପ୍ରାନ୍ତ ସହ ସମନ୍ୱୟକ ଡ. ବିରଞ୍ଚି ନାରାୟଣ ପଣ୍ଡା ଓ ସ୍ୱାବଲମ୍ବୀ ଭାରତ ଅଭିଯାନ ଓ ଜିଲ୍ଲା ସ୍ୱାବଲମ୍ବନ କେନ୍ଦ୍ର, ପ୍ରାନ୍ତ ଯୁବ ପ୍ରମୁଖ ଗୋଦାବରୀଶ ପାତ୍ର ଶକ୍ତି ଓ ଆର୍ଥିକ ସଙ୍କଟ ଓ ନିରାକରଣ, ବିଭାଗ ସଂଯୋଜକ ନକୁଳ ନାୟକ ଦତ୍ତୋପନ୍ତ ଠେଙ୍ଗଡ଼ି ଓ ବାବୁଗେନୁଙ୍କ ବ୍ୟକ୍ତିତ୍ୱ ଓ କୃତିତ୍ୱ, ଜିଲ୍ଲା ସଂଯୋଜକ ଗଜିନ୍ଦ୍ର ଡାକୁଆ ଆଗାମୀ କାର୍ଯ୍ୟକ୍ରମ ବିଷୟରେ ବକ୍ତବ୍ୟ ପ୍ରଦାନ କରିଥିଲେ। ଏହି ଅବସରରେ ଯୁବ ଉଦ୍ୟୋଗୀ ଓ କାର୍ଯ୍ୟକର୍ତ୍ତାମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ସମଗ୍ର ଜିଲ୍ଲାରୁ ଶତାଧିକ ସ୍ୱଦେଶୀ ଯୋଦ୍ଧା, ଯୁବ ଓ ମହିଳା ଉଦ୍ୟୋଗୀ ଓ ପ୍ରମୁଖ କାର୍ଯ୍ୟକର୍ତ୍ତା ଉପସ୍ଥିତ ରହି ପ୍ରଶିକ୍ଷଣ ନେଇଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.