ଓଡ଼ିଆ ବାର୍ତ୍ତା/ ବଲାଙ୍ଗୀର: ଐତିହାସିକ ତଥା ପର୍ଯ୍ୟଟନ କ୍ଷେତ୍ର ରାଣୀପୁର ଝରିଆଲ ସ୍ଥିତ ଯୋଗିନୀ ପୀଠରେ ଦୀର୍ଘ ଦିନ ଧରି ଚିରି ଯାଇଥିବା ଜାତୀୟ ପତାକାକୁ ନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିଲା। ଏହି ସମ୍ବେଦନଶୀଳ ପ୍ରସଙ୍ଗକୁ ନେଇ ଯୁବ ଆଦିବାସୀ ନେତା ତଥା କୋଶଳ ସଂଗ୍ରାମୀ କେକି ସିଂ ଭୋଇ ଏବଂ ଅନନ୍ତ ବାଗ ପ୍ରଶାସନ ନିକଟରେ ତୁରନ୍ତ ନୂତନ ପତାକା ଲଗାଇବା ପାଇଁ ଦାବି କରିଥିଲେ। ସେମାନଙ୍କର ଏହି ଯଥାର୍ଥ ଦାବିକୁ ଗୁରୁତର ସହ ନେଇ ପ୍ରଶାସନ ପକ୍ଷରୁ ତୁରନ୍ତ ପଦକ୍ଷେପ ନିଆଯାଇଛି ଏବଂ ପୀଠରେ ନୂତନ ଜାତୀୟ ପତାକା ଉତ୍ତୋଳନ କରାଯାଇଛି। ଜାତୀୟ ପତାକା ପ୍ରତି ଦେଖାଯାଇଥିବା ଏହି ସମ୍ମାନ ଏବଂ ସମସ୍ୟାର ସମାଧାନ କରିଥିବାରୁ ସ୍ଥାନୀୟ ବୁଦ୍ଧିଜୀବୀ ଓ ସଚେତନ ନାଗରିକଙ୍କ ପକ୍ଷରୁ ପ୍ରଶାସନକୁ କୃତଜ୍ଞତା ଜ୍ଞାପନ କରାଯାଇଛି।





