ଟୋକନ ପାଇବା ଖୁସିରେ ଚାଷୀ ଆନ୍ଦୋଳନ ସଂଗ୍ରାମୀଙ୍କୁ ସମ୍ବର୍ଦ୍ଧନା

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କଳାହାଣ୍ଡି ଜିଲ୍ଲା ଇନ୍ଦ୍ରାବତୀ ମେଗାଲିଫ୍ଟ ଚାଷୀମାନେ ଦୀର୍ଘ ଦିନ ଧରି ଧାନବିକ୍ରି ଓ ଟୋକନ ପାଇଁ କୋକସରା, ଜୟପଟଣା ଓ ଧର୍ମଗଡ଼ ବ୍ଲକ ର ଚାଷୀ ମାନେ ଆନ୍ଦୋଳନରତ ଥିଲେ l ଚାଷୀଙ୍କ ଆନ୍ଦୋଳନରେ ମେଗାଲିଫ୍ଟ ଚାଷୀ ସଂଘଠନ ସହିତ ଅନେକ ସଂଗଠନ ସାମିଲ ହୋଇ ସରକାରଙ୍କ ଠାରେ ଦାବୀ ଉପସ୍ଥାପନା, ଆନ୍ଦୋଳନ, ଆମରଣ ଅନଶନରେ ବସିଲେ l ଶେଷରେ ପ୍ରଶାସନ ଓ ରାଜ୍ୟସରକାର ଚାଷୀଙ୍କ ହକ ଅଧିକାର ଜୁନ ୪ ତାରିଖ ଦିନ ସମାଧାନ କରି ଚାଷୀଙ୍କୁ ଟୋକନ ପ୍ରଦାନ କଲେ l ଟୋକନ ପ୍ରାପ୍ତ ପରେ ଚାଷୀମାନେ ଖୁସି ବ୍ୟକ୍ତକରି ରବିବାର ଫୁପଗାଁ କୃଷକ ମଞ୍ଚ ପକ୍ଷରୁ ସରପଞ୍ଚ ତଥା ଫୁପ ଗାଁ କୃଷକ ମଞ୍ଚର ସଭାପତି ଗଜାନନ ପୁଝାରୀଙ୍କ ସଭାପତିତ୍ୱରେ ପଞ୍ଚାୟତ ପ୍ରାଙ୍ଗଣରେ ଏକ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଛି l ଦୀର୍ଘ ଦିନର ଆନ୍ଦୋଳନର ଅନୁଭୂତିକୁ ଚାଷୀ ମାନେ ଉପସ୍ଥାପନା କରି ମେଗାଲିଫ୍ଟ ଚାଷୀସଂଘର ଆବାହକ, ସଭାପତି ସମ୍ପାଦକ, ସମସ୍ତ କର୍ମକର୍ତା, ସାମ୍ବାଦିକ ଓ ଚାଷୀ ମାନଙ୍କୁ ସମ୍ବର୍ଦ୍ଧନା ଓ କୃତଜ୍ଞତା ଜ୍ଞାପନ କରିଥିଲେ l କାର୍ଯ୍ୟକ୍ରମରେ ମେଗାଲିଫ୍ଟ ଚାଷୀ ସଂଘର ସଭାପତି ପୁରୁଷୋତ୍ତମ ଗୁପ୍ତା, ଆବାହକ ତଥା କୋକସରା ବ୍ଲକ ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲ, ଦୁର୍ଗା ପ୍ରସାଦ ନାଏକ, ସହଦେବ ଦାସ, ସୁନୀଲ ଦୁରିଆ, ରବି ଦାସ, ସଞ୍ଜୟ ସିଂହଲ, ଗୋବିନ୍ଦ ନାଏକ, ଖଗେଶ୍ୱର ପୁଝାରୀ, ପ୍ରଭୁଲାଲ ପଟେଲ, ଦୈତାରୀ ଭୋଇ, ଦୁର୍ୟୋଧନ ଜାଳ ପ୍ରମୁଖ ଉପସ୍ଥିତ ରହି ସମ୍ବର୍ଦ୍ଧିତ ହୋଇଥିଲେ l କାର୍ଯ୍ୟକ୍ରମକୁ ସାଧୁରାମ ପଟେଲ ସଂଚାଳନ କରିଥିବା ବେଳେ ମନୁରାଜ ପଟେଲ, ତୀର୍ଥରାଜ ଶବର, କାଶୀନାଥ ପୁଝାରୀ, ଅରକ୍ଷିତ ଶବର, ଶ୍ୟାମସୁନ୍ଦର ମାଝୀ, ହେମନ୍ତ ଜାଳ, ଶ୍ୟାମସୁନ୍ଦର ଘି, ଲକ୍ଷ୍ମୀ ଚନ୍ଦନ, ଗଜାନନ ଚଣ୍ଡୀ ସମେତ ଗ୍ରାମର ଶତାଧିକ ମହିଳା ଓ ପୁରୁଷ ଚାଷୀମାନେ ଉପସ୍ଥିତ ଥିଲେ l

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.