ବାଆଦି ଦେବଙ୍କ ବାର୍ଷିକ ତେଲ ହଲଦି ଯାତ୍ରା

ଲୋକଙ୍କ ମଙ୍ଗଳ ଓ ଭଲ ବର୍ଷା ହେବା ରହିଛି ବିଶ୍ୱାସ

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ସର୍ଗିଗୁଡାଠାରେ ପ୍ରତିବର୍ଷ ଭଲି ଚଳିତ ବର୍ଷ ମଧ୍ୟ ରବିବାର ବାଆଦି ଠାକୁରଙ୍କ ବାର୍ଷିକ ତେଲ ହଳଦି ଯାତ୍ରା ପାରମ୍ପାରିକ ରିତିନୀତି ଅନୁସାରେ ପାଲିତ ହୋଇଛି। ଆଦିବାସୀ ବହୁଳ ଅଞ୍ଚଳ ହୋଇଥିବାରୁ ଏଠାରେ ଦେବା ଦେବୀଙ୍କ ସ୍ଥାନ ସ୍ୱତନ୍ତ୍ର ରହିଥିବାବେଳେ ପୂରୁଷା ପୁରୁଷା ଧରି ଏହି ଯାତ୍ରାଙ୍କୁ ଅଞ୍ଚଳବାସୀ ବିଭିନ୍ନ ଅଭାବ ଅନାଟନରେ ମଧ୍ୟ ବଜାୟ ରଖିଛନ୍ତି। ଅଞ୍ଚଳର ବରିଷ୍ଠ ବ୍ୟକ୍ତି ମାନଙ୍କ କହିବା ଅନୁସାରେ ପୂର୍ବରୁ ବୈଶାଖ ମାସ ତୃତୀୟା ଆରମ୍ଭ ଠାରୁ ୧୨ଟି ରବିବାର ଗଲାପରେ ଏହି ତେଲ ହଲଦି ଯାତ୍ରା ସମ୍ପନ କରାଯାଉଥିଲା। କାଳକ୍ରମେ ଏହା ବୈଶାଖ ମାସ ତୃତୀୟା ଠାରୁ ସପ୍ତମ ରବିବାରରେ ଏହି ତେଲ ହଲଦି ଯାତ୍ରା ସମ୍ପନ କରାଯାଉଛି। ଏଠାରେ ବାଆଦି ଠାକୁର ମୂଖ୍ୟ ଦେବାତା ଭାବେ ପୁଜା ପାଉଥିବାବେଳେ ଠାକୁରାଣୀ, ମାଟି ଦେବତା ଓ ବାରଭାଇ ଭିମ୍‌ସେନଙ୍କୁ ପଜାର୍ଚ୍ଚନା କରାଯାଇଥାଏ। ଏହି ଯାତ୍ରା ପାଳନ କଲେ ଚାଷ କାର୍ଯ୍ୟ ଆରମ୍ଭ କରିବା ପୂର୍ବରୁ ଭଲ ବର୍ଷା ହେବା ସହିତ ଆଗାମୀ ରୁତୁରେ ଭଲ ଚାଷ ଓ ଅଞ୍ଚଳର ସମସ୍ତେ ସୁଖ ଶାନ୍ତିରେ ରହିବେ ବୋଲି ବିଶ୍ୱାସ ରହିଛି। ପ୍ରତି ବର୍ଷ ଏହି ତେଲ ହଲଦି ଯାତ୍ରାଟି ମହା ସମାରୋହରେ ପାଳିତ ହୋଉଥିବାବେଳେ ଚଲିତ ବର୍ଷ ମଧ୍ୟ ରୀତିନୀତି ଅନୁସାରେ ପାଳିତ ହୋଇଛି। ତେଲ ହଲଦି ବିଧି ସମାପନ ହେବାପାରେ ଡାଲ ବୋହଲେନ କରାଯାଇଥିଲା। ପୁଜକ ଦେବ ପୁଝାରୀ, ପାରେଶ୍ବର ପୁଝାରୀ, ପିତାମ୍ବର ପୁଝାରୀ ପ୍ରମୁଖ ପୂଜାକାର୍ଯ୍ୟ ସମ୍ପାଦନ କରିଥିଲେ। କମିଟି ସଭାପତି ଧନବଲ ରାଜ ସିଂ, ଉପସଭାପତି ସହଦେବ ମାଝୀ, ସମ୍ପାଦକ ଶିବ ମାଝୀ, ସହ ସମ୍ପାଦକ ପ୍ରଫୁଲ୍ଲ ନାଏକ, କୋଷାଧ୍ୟକ୍ଷ ରତନ ଦିଶାରୀ, ମୁଖ୍ୟ ସଚେତକ ଋଷିମଣି ମାଝୀ, ଉଦ୍ଧବ ନାଏକ, ଧନବଲ ମାଝୀ, ଲଲିତ ନାଏକ, ପରକ୍ଷୀତ ବେଶ୍ରା, ଭୁଦେବ ବାଣୁଆ, କରୁଣ ଦିଶାରୀ, ତରୁଣ ମାଝୀ, କୃତିବାସ ମାଝୀ, ଦୁର୍ଯୋଧନ ବାଗ, ଡମ୍ବରୁଧର ଧ.ମାଝୀ, ଚନ୍ଦ୍ରମଣି ବେଶ୍ରା, ହନୁମାନ ବାଗ, ବେଣୁଧର ନାଏକ ସମେତ ସର୍ଗିଗୁଡା, ଦାବ୍ରିଗୁଡା ଓ ରଏନଗୁଡା ଆଦି ଗ୍ରାମବାସୀ ବିଭିନ୍ନ କାର୍ଯ୍ୟରେ ସହେଯାଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.