କମାପୁର ଗ୍ରାମରେ ରଜ ମହୋତ୍ସବ  

ଓଡ଼ିଆ ବାର୍ତ୍ତା/ କଟକ: କଟକ ସଦର କନ୍ଦରପୁର ଗ୍ରାମ ପଞ୍ଚାୟତର କମାପୁର ଗ୍ରାମରେ ରଜ ମହୋତ୍ସବ ପାଳିତ ହୋଇଯାଇଛି । ମହୋତ୍ସବରେ ଅତିଥି ଭାବେ ୫ ନମ୍ବର ଜୋନ ଜିଲ୍ଲା ପରିଷଦ ସଦସ୍ୟ ସମାଜସେବୀ ତଥା ରାଜନୀତିଜ୍ଞ ପ୍ରଦୀପ୍ତ କୁମାର ମାହାଳୀ, ବିଜେପି କନ୍ଦରପୁର ମଣ୍ଡଳ ସଭାପତି ସମାଜସେବୀ ନିରଞ୍ଜନ ରାଉଳ, ଉପ ସଭାପତି ସନ୍ତୋଷ ସାହୁ, ସଂଯୋଜକ ବିନୋଦ ପତି, ଯୁବ ମୋର୍ଚ୍ଚାର ସୁମନ ଜେନା, ସାଗର ବେହେରା, ପବିତ୍ର ବେହେରା ପ୍ରମୁଖ ଯୋଗଦେଇଥିଲେ । ପ୍ରତି ବର୍ଷ ଏହି ଭଳି ମହତ୍ କାର୍ଯ୍ୟ ପାଳିତ ହୋଇ  ଗଣପର୍ବ ରଜର ସଂସ୍କୃତି ତଥା ଓଡ଼ିଆ ଅସ୍ମିତା ଉଜ୍ଜୀବିତ ରହିବା ନେଇ ବ୍ୟାଖ୍ୟା କରାଯାଇଥିଲା ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.