ଖଟଖଟିଆ ଉପ୍ରା ବିଦ୍ୟାଳୟ ସ୍କୁଲ କ୍ୟାବିନେଟ ମନ୍ତ୍ରୀଙ୍କ ଶପଥ ପାଠ

ଓଡ଼ିଆ ବାର୍ତ୍ତା/ ମନମୁଣ୍ଡା: କଣ୍ଟାମାଳ ବ୍ଲକ୍ ଖଟଖଟିଆ ଉପ୍ରା ବିଦ୍ୟାଳୟର ମନ୍ତ୍ରୀମଣ୍ଡଳର ଶପଥ ପାଠ ଉତ୍ସବ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ବିଜୟ ଲକ୍ଷ୍ମୀ ଶତପଥୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ବରିଷ୍ଠ ଶିକ୍ଷକ ସମୀର ପ୍ରଧାନ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ଶିକ୍ଷକ ରଞ୍ଜୁ ଅମାତ ମନ୍ତ୍ରୀମାନଙ୍କୁ ଶପଥ ପାଠ କରାଇଥିଲେ।

ମୁଖ୍ୟମନ୍ତ୍ରୀ ଭାବେ ଗାୟତ୍ରୀ ବାରିକ, ଉପମୁଖ୍ୟମନ୍ତ୍ରୀ ଭାବେ ଶୁଭଲକ୍ଷ୍ମୀ ବାଣ୍ଡକି, ସୁବ୍ରତ ବାଣ୍ଡକି, ଶିକ୍ଷାମନ୍ତ୍ରୀ ଭାବେ ରୁବି ବସ୍ତିଆ, ଉପଶିକ୍ଷାମନ୍ତ୍ରୀ ଭାବେ ଇସାନି ବସ୍ତିଆ, କ୍ରୀଡ଼ାମନ୍ତ୍ରୀ ଭାବେ ଭକ୍ତି ପାତ୍ର, ଉପକ୍ରୀଡ଼ାମନ୍ତ୍ରୀ ଭାବେ ଶୁଭଶ୍ରୀ କର୍ଣ୍ଣ, ଖାଦ୍ୟ ମନ୍ତ୍ରୀ ଭାବେ ପ୍ରାଚୀ ଦେହୁରୀ, ଉପଖାଦ୍ୟ ମନ୍ତ୍ରୀ ଭାବେ ପିୟୁଷ ରାଜହଂସ, ପରିବେଶ ମନ୍ତ୍ରୀ ଭାବେ ସତ୍ୟବ୍ରତ ସେଠି, ଉପପରିବେଶ ମନ୍ତ୍ରୀ ଭାବେ ରାଜେଶ ବାଣ୍ଡକି, ସ୍ୱାସ୍ଥ୍ୟ ମନ୍ତ୍ରୀ ଭାବେ ଲିଭାରାଣୀ ବାଘ, ଉପସ୍ୱାସ୍ଥ୍ୟ ମନ୍ତ୍ରୀ ଭାବେ ସୌମ୍ୟରଞ୍ଜନ ମହାକୁଡ଼ ପ୍ରମୁଖ ଶପଥ ଗ୍ରହଣ କରିଥିବା ବେଳେ ମିନା ମନ୍ତ୍ରୀ ଭାବେ ଧରିତ୍ରୀ ବସ୍ତିଆ ଓ ଇକୋ କ୍ଲବ୍ ମୁଖ୍ୟ ଭାବେ ଚିନ୍ମୟୀ ରାଜହଂସଙ୍କୁ ଦାୟିତ୍ୱ ଦିଆଯାଇଛି।

କାର୍ଯ୍ୟକ୍ରମ ପରିଚାଳନାରେ ଶିକ୍ଷକ ସୁରେନ୍ଦ୍ର କୁମାର କମ୍ପ, ବନୀତା ମେହେର, ସ୍ନେହାପ୍ରଭା ମହାପାତ୍ର, ଦିପ୍ତିମୟୀ ବୈଠାରୁ, ଶୈଳେନ୍ଦ୍ର ବସ୍ତିଆ, ବୃଷମଣି ମହାଲିକ ପ୍ରମୁଖ ରହିଥିଲେ। ଆସନ୍ତା ଶନିବାର କ୍ୟାବିନେଟ୍ ମନ୍ତ୍ରୀମଣ୍ଡଳ ବୈଠକ ପାଇଁ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.