ରୋରୀ ହୋଇଥିବା ଶହେରୁ ଉର୍ଦ୍ଧ୍ବ ମୋବାଇଲ ଫୋନ ଜବତ କରି ପ୍ରକୃତ ମାଲିକମାନଙ୍କୁ ହସ୍ତାନ୍ତର କଲା ପୁଲିସ

ଓଡ଼ିଆ ବାର୍ତ୍ତା/ ରାୟଗଡ଼ା (ପଦ୍ମନ ଭତ୍ରା): ରାୟଗଡା ଜିଲ୍ଲା ଚାନ୍ଦିଲି ଥାନାରେ ବିଭିନ୍ନ ସମୟରେ ଚୋରୀ ଏବଂ ହୋଇଯାଇଥିବା ମୋବାଇଲକୁ ଜବତ କରି ଆଜି ଫୋନର ମାଲିକଙ୍କୁ ଫେରାଇଛି ରାୟଗଡା ପୁଲିସ । ଚୋରୀ ହୋଇଥିବା ମୋବାଇଲ ସଂପର୍କରେ ବିଭିନ୍ନ ଥାନାର ଅଭିଯୋଗକୁ ଭିତ୍ତି କରି ସାଇବର୍ ସେଲ୍ ର ସହାୟତା ନେଇ ପୁଲିସ ଶହେଟି ନାମିଦାମୀ ଫୋନ୍ କୁ ଜବତ କରିଥିଲା | ରାୟଗଡା ପୁଲିସ ସ୍ଥାନୀୟ ଚାନ୍ଦିଲି ଥାନା ଅନ୍ତର୍ଗତ ପୁଲିସ ରିଜର୍ଭ ପଡିଆରେ ଏକ କାର୍ଯ୍ୟକ୍ରମ ଆୟୋଜନ କରି ପ୍ରକୃତ ମାଲିକଙ୍କୁ ଫୋନ ହସ୍ତାନ୍ତର କରାଯାଇଥିଲା I ଏହି କାର୍ଯ୍ୟକ୍ରମରେ ରାୟଗଡା ଆରକ୍ଷୀ ଅଧିକ୍ଷକ ରାଜ ପ୍ରସାଦ ସୂଚନା ପ୍ରଦାନ କରି କହିଥିଲେ ପ୍ରଥମ ପର୍ଯ୍ୟାୟରେ ରାୟଗଡା ଜିଲ୍ଲାର ବିଭିନ୍ନ ଥାନାରେ‌ ହୋଇଥିବା ଅଭିଯୋଗକୁ ଭିତ୍ତି କରି ତଦନ୍ତ କରିଥିଲୁ ଏବଂ ମୋବାଇଲ ଜବତ କରି ଶହେରୁ ଉର୍ଧ୍ବ ପ୍ରକୃତ ମାଲିକଙ୍କୁ ଆବଶ୍ୟକିୟ କାଗଜପତ୍ର ଯାଞ୍ଚ କରି ମୋବାଇଲ ଫେରାଇଛୁ । ତଦନ୍ତ ପ୍ରକ୍ରୀୟା ଜାରି ରହିଛି ଆଗାମି ଦିନରେ ଆହୁରି ମୋବାଇଲ ଫୋନ ଜବତ କରି ଫେରସ୍ତ କରାଯିବ । ମୋବାଇଲ ଫୋନ ଚ‌ୋରୀ ହେବା ପରେ ଏହାର ବ୍ୟବହାରକୁ ନେଇ ମଧ୍ୟ ଯାଞ୍ଚ କରାଯାଉଛି ଓ ଏଥିରେ କୌଣସି ସନ୍ଦିଗ୍ଧ ତଥ୍ୟ ମିଳିଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣକରାଯିବା ନେଇ ଏସ ପି ସୂଚନା ଦେଇଛନ୍ତି । ମୋବାଇଲ ଫୋନରେ ରହିଥିବା ବିଭିନ୍ନ ଆପ୍ କୁ ସୁରକ୍ଷତି ଭାବେ ବ୍ୟବହାର କରିବା ପାଇଁ ଏସ ପି ଶ୍ରୀ ରାଜ ପ୍ରସାଦ ଅପିଲ କରିଥିଲେ । ସଞ୍ଚାର ସାଥୀ ଏବଂ ଅନ୍ୟାନ୍ୟ ଆପ୍ଲିକେସନର ସହାୟତା ନେଇ ପୁଲିସକୁ ସହେଯୋଗ କରିବାକୁ ଏସ ପି ନିବେଦନ କରିଥିଲେ । ଆଜିର ଏହି କାର୍ଯ୍ୟକ୍ରମରେ ରାୟଗଡା ଏସ ପି ଙ୍କ ସମେତ,ଏସଡିପିଓ ଗୌରହରୀ ସାହୁ, ଆଇ ଆଇ ସି ଉତ୍ତମ କୁମାର ସାହୁ, ସାଇବର ସେଲର ଅଭିନାଶ ରେଡି ଓ ଅନ୍ୟାନ୍ୟ ପୋଲିସ ଅଧିକାରୀ ମାନେ ଉପସ୍ଥିତ ରହିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.