ଜମି ନିଜର ଦର୍ଶାଇ କିଛି ଲୋକ ନଳକୂପରେ କଣ୍ଟା ଦେବା ଓ ଗାଧୁଆ ତୁଠ ରାସ୍ତା ଅବରୋଧ କରିଥିବା ଅଭିଯୋଗ : ବିଡ଼ିଓଙ୍କ ଦ୍ୱାରସ୍ଥ ହେଲେ ଗ୍ରାମବାସୀ

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): ସରକାରୀ ନଳକୂପ ଓ ଗାଧୁଆ ତୁଠ ଥିବା ଜମି ନିଜର ଦର୍ଶାଇ କିଛି ବ୍ୟକ୍ତି ନଳକୂପରେ କଣ୍ଟା ଦେବା ଓ ରାସ୍ତା ଅବରୋଧ କରିଥିବା ଅଭିଯୋଗ କରି ସୋମବାର କୋକସରା ବ୍ଲକ ମାଝିଗୁଡା ରଣାପଡାବାସୀ ବିଡ଼ିଓଙ୍କ ଦ୍ବାରସ୍ଥ ହୋଇଛନ୍ତି। ଅଭିଯୋଗ ଅନୁସାରେ, ଜନସାଧାରଣଙ୍କ ପାଣି ଅସୁବିଧାର ସମ୍ମୁଖିନ ଦେଖି ପଡା ନିକଟରେ ଥିବା ଆଡକଟା ବନ୍ଧରେ ଏକ ଚହଳା ଖୋଲାଯାଇଛି। ସେଥିରେ ପଡ଼ାର ସମସ୍ତେ ଗାଧୋଇବା ସହ ନିତ୍ୟବ୍ୟବହାର୍ଯ୍ୟ କାର୍ଯ୍ୟ କରିଥାନ୍ତି। ହେଲେ ଗ୍ରାମର ତିନି ଜଣ ମିଶି ଗାଧୋଇବା ପାଇଁ ଯିବାକୁ ଥିବା ରାସ୍ତାକୁ ଅବରୋଧ କରିଛନ୍ତି। ଏହା ସହିତ ପଡ଼ାର ସରକାରୀ ଅନୁଦାନରେ ଖୋଲା ଯାଇଥିବା ନୂତନ ନଳକୂପକୁ ମଧ୍ୟ ଯୋର ଜବରଦସ୍ତ କଣ୍ଟା ଲଗାଇ ଦଖଲ କରିଥିବା ଅଭିଯୋଗ ହୋଇଛି। ପଡା ଠାରୁ ୧ କିଲୋମିଟର ଦୂରରେ ରହିଥିବା ଉକ୍ତ ବ୍ୟକ୍ତିମାନେ ନିଜର କୌଣସି ଜାଗା ଉକ୍ତ ସ୍ଥାନରେ ନଥିବା ସତ୍ତ୍ୱେ ଜାଣି ସୁଣି ପଡାବାସୀଙ୍କୁ ହଇରାଣ କରୁଥିବା ଅଭିଯୋଗ କରି ରଣାପଡ଼ାର ମହିଳା ଓ ପୁରୁଷ ମାନେ କୋକସରା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଡ଼ଃ ହିମାଞ୍ଚଳ ମାଝୀଙ୍କୁ ଏକ ଲିଖିତ ଅଭିଯୋଗ ଦେଇଛନ୍ତି। ବିଡ଼ିଓ ଶ୍ରୀମାନେ ରାଜସ୍ବ ବିଭାଗକୁ ଅବଗତ କରିବା ସହ ଜାଗା ଚିହ୍ନଟ କରାଯିବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.