ରଥଯାତରା ଶିଶୁଙ୍କ ମନ ସ୍ୱର୍ଗର ତାରା
କେତେ ରଙ୍ଗର ବେଲୁନ୍ ଖେଳଣା
ପିଲାଙ୍କ ଖୁସି କାହିଁରେ ଗଣା ।
ନାହିଁ କଳନା କେତେ କଳ୍ପନା
ଟଙ୍କା ପଇସା ଶିଖାଏ ଗଣନା ।
ପେଁ ପେଁ ଶୁଭେ ମହୁରୀ ତୁରୀ
ଗାଁ ଦାଣ୍ଡ ସବୁ ପଡ଼େ ଉଛୁରି ।
ନୂ଼ଆଁ ପୋଷାକ ମୁରୁକି ହସ
ଫୁଟି ଉଠେ ହସ ସ୍ୱର୍ଗର ସୁଖ ।
ରଙ୍ଗିନ ପରିବେଶ ଆକାଶେ ତାରା
ମର୍ତ୍ତେ କିସମର ଫୁଲରେ ଭରା ।
ଘଣ୍ଟ ଶଙ୍ଖ କୀର୍ତ୍ତନ ବାଜା ନିଶାନ
ଏକ ସ୍ଵରେ ନାମ ଅମୃତ ପାନ ।
ହୁଳହୁଳି ଆଉ କେତେ ଭଜନ
ନାଚନ୍ତି ଭକତେ ହୋଇ ମଗନ ।
ଖିରି ପିଠାପଣା କେତେ ମିଷ୍ଟାନ୍ନ
ମୁହଁ ମିଠା ଆଉ ମିଠା ବଚନ
ମିଠା ହୁଏ ସମ୍ପର୍କ ପଡୋଶୀ ମନ ।
ଗିରିଧାରୀ ନାଗ
ହାବସପୁର





