ଟିକ୍ରାପଡ଼ା ଶିଶୁ ସୈନିକ ସ୍କୁଲର ପୁରାତନ ଛାତ୍ର ପୃଥ୍ଵୀରାଜ ନିଟ ପରୀକ୍ଷାରେ ସଫଳ

ଓଡ଼ିଆ ବାର୍ତ୍ତା/ ଟିକ୍ରାପଡ଼ା (ରମାକାନ୍ତ ରାଜପଲିଆ): ସଇଁତଲା ବ୍ଲକ ଟିକ୍ରାପଡ଼ା ଶିଶୁ ସୈନିକ ବିଦ୍ୟାଳୟର ପୁରାତନ ଛାତ୍ର ପୃଥ୍ଵୀରାଜ ଚାନ୍ଦ ଚଳିତ ବର୍ଷ ଅନୁଷ୍ଠିତ ନିଟ (NEET) ପରୀକ୍ଷାରେ ସଫଳତା ହାସଲ କରିଛନ୍ତି | ସେ ୧୫୨୮ ନମ୍ବର ସ୍ଥାନ ହାସଲ କରି ଏହି କୃତିତ୍ୱ ଅର୍ଜନ କରିଛନ୍ତି | ପୃଥ୍ଵୀରାଜ ଟିକ୍ରାପଡ଼ା ଗାଁର ମନୋଜ କୁମାର ଚାନ୍ଦ ଓ ସୁନିତା ଚାନ୍ଦଙ୍କ ସୁପୁତ୍ର ଅଟନ୍ତି | ପୃଥ୍ଵୀରାଜଙ୍କ କୃତିତ୍ୱରେ ଟିକ୍ରାପଡା ତଥା ଆଖପାଖ ଅଞ୍ଚଳରେ ଖୁସିର ଲହରୀ ଖେଳିଯାଇଛି | ସବୁ ମହଲରୁ ପୃଥ୍ଵୀରାଜଙ୍କ ନିକଟକୁ ଅଭିନନ୍ଦନର ସୁଅ ଛୁଟୁଛି | ଟିକ୍ରାପଡ଼ା ଶିଶୁ ସୈନିକ ସ୍କୁଲର ଶିକ୍ଷକ ଶିକ୍ଷୟିତ୍ରୀ ଓ ପରିଚାଳନା କମିଟି ତରଫରୁ ପୃଥ୍ଵୀରାଜ ତଥା ତାଙ୍କ ପରିବାର ଜନଙ୍କୁ ଏହି ଅବସରରେ ଅଭିନନ୍ଦନ ଜ୍ଞାପନ କରାଯାଇଛି | ପୃଥ୍ଵୀରାଜଙ୍କୁ ବିଦ୍ୟାଳୟ ଅଧ୍ୟକ୍ଷ ଚନ୍ଦ୍ରମଣି ରାଜପଲିଆ ଶୁଭେଚ୍ଛା ଜଣାଇବା ସହ ପୃଥ୍ଵୀରାଜ ତାଙ୍କର ଜୀବନରେ ଆହୁରି କୀର୍ତ୍ତିମାନ ସ୍ଥାପନ କରି ଯଶସ୍ବୀ ହୁଅନ୍ତୁ ବୋଲି କାମନା କରିଛନ୍ତି |

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.