ଓଡ଼ିଆ ବାର୍ତ୍ତା/ ପୁରୁଷୋତ୍ତମପୁର (ପ୍ରସନ୍ନ କୁମାର ଦାଶ): ଆଜି ପୁରୁଷୋତ୍ତମପୁର ସ୍ଥିତ ଏକ୍ସ୍ – ବୋର୍ଡ଼ ପ୍ରାଥମିକ ବିଦ୍ୟାଳୟ ର ବିଦ୍ୟାଳୟ ପରିଚାଳନା କମିଟି (ଏସ ଏମ୍ ସି) ଶାନ୍ତିଶୃଙ୍ଖଳା ର ସହ ଗଠିତ ହୋଇଯାଇଛି। ନିରୀକ୍ଷକ ଭାବେ ଏ ବି ଇ ଓ କମ୍ ବି ଆର ସି ସି ଶ୍ରୀ ବିଜୟ ଚନ୍ଦ୍ର ବେହେରା,ଏ ବି ଇ ଓ ଶ୍ରୀ ଭକ୍ତ ବତ୍ସଳ ଜାନୀ,ସି ଆର୍ ସି ସି ଶ୍ରୀ ହେମନ୍ତ କୁମାର ବେହେରା ଯୋଗଦେଇଥିଲେ।ସମସ୍ତ ଅଭିଭାବକ ଙ୍କୁ ନେଇ ବସିଥିବା ବୈଠକ ରେ ସର୍ବ ସମ୍ମତି କ୍ରମେ ସଭ୍ୟ/ସଭ୍ୟା ମନୋନୀତ କରାଯାଇଥିଲା । ପରେ ସଭ୍ୟ/ସଭ୍ୟା ମାନେ ଅଧ୍ୟକ୍ଷା ରୂପେ ଶ୍ରୀମତୀ ସୁଦେଷ୍ଣା ବେହେରା ଓ ଉପାଧ୍ୟକ୍ଷI ଭାବେ ଶ୍ରୀମତୀ ସ୍ନେହଲତା ଗୌଡ଼ ଙ୍କୁ ଚୟନ କରିଥିଲେ। ଅନ୍ୟ ସଭ୍ୟ ଓ ସଭ୍ୟା ଙ୍କ ମଧ୍ୟରେ ବନିତା ବେହେରା, ସୁଜାତା ବେହେରା, ହେମଲତା ବେହେରା, ଉପେନ୍ଦ୍ର ବେହେରା, ବିନୋଦିନୀ ବେହେରା, ଗିରିଜା ଶଙ୍କର ପଟ୍ଟନାୟକ, କବିତା ପରିଡ଼ା, ପିଙ୍କି ଗୌଡ଼, ଉପେନ୍ଦ୍ର ବେହେରା, ବିଚିତ୍ର କୁମାର ନାୟକ ଅରୁଣ କୁମାର ଗୌଡ଼ ଙ୍କୁ ଚୟନ କରାଯାଇଥିଲା।





