ସଭାପତି ଅରୁଣ, ଉପସଭାପତି କୁମଦିନୀ
ଓଡ଼ିଆ ବାର୍ତ୍ତା/ ମନମୁଣ୍ଡା: କଣ୍ଟାମାଳ ବ୍ଲକ ଖଟଖଟିଆ ଉପ୍ରା ବିଦ୍ୟାଳୟର ସ୍କୁଲ ପରିଚାଳନା କମିଟି ଗଠିତ ହୋଇଯାଇଛି। ସଭାପତି ଭାବେ ଅରୁଣ ବସ୍ତିଆ ଓ ଉପସଭାପତି ଭାବେ କୁମଦିନୀ କୁମୁରିଆ ସର୍ବ ସମ୍ମତି କ୍ରମେ ନିର୍ବାଚିତ ହୋଇଛନ୍ତି।
କମିଟିର ସଦସ୍ୟ ଭାବେ ସୁଦର୍ଶନ ନାଏକ, ପବିତ୍ର ବଣ୍ଡକି, ବନୀତା ମାଝୀ,ଗୋବିନ୍ଦ ଦେହୁରୀ, ରବୀନ୍ଦ୍ର ପାତ୍ର,ମୂଲ୍ୟ ରାଜହଂସ, ନରେନ୍ଦ୍ର ମେସୁଆ, ତପସ୍ୱନି ମହାନନ୍ଦିଆ, ଅଞ୍ଜଳି ନାଗ, ସନତ ସାହୁ, ପ୍ରତିମା କୁମ୍ଭାର, ଭୂମିସୁତା ଅମାତ,ସୁବାଷ ତ୍ରିପାଠୀ,ପ୍ରମୁଖ ପିତା ମାତା ଭାବେ ନିର୍ବାଚିତ ହୋଇଥିବା ବେଳେ ନିମନ୍ତ୍ରିତ ସ୍ଥାୟୀ ସଦସ୍ୟ ଭାବେ ୱାର୍ଡ ସଭ୍ୟ ବଲ୍ଲଭି ବସ୍ତିଆ, ସୁରଭି ଖୁଣ୍ଟୁଲି, ନମିତା ପସାୟତ, ସୁରେନ୍ଦ୍ର କମ୍ପ ପ୍ରମୁଖ ରହିଛନ୍ତି।
ବିଦ୍ୟାଳୟ ର ବରିଷ୍ଠ ଶିକ୍ଷକ ସମୀର ପ୍ରଧାନ ପିଚାଳନା କରି ନିର୍ବାଚନ ପ୍ରକ୍ରିୟା ଆଗକୁ ନେଇ ଥିବା ବେଳେ ପ୍ରଧାନ ଶିକ୍ଷକ ବିଜୟଲକ୍ଷ୍ମୀ ଶତପଥିଙ୍କ ସମ୍ପାଦନାରେ କାର୍ଯ୍ୟକ୍ରମ କରାଯାଇ ସମସ୍ତ ସଦସ୍ୟ ବିଦ୍ୟାଳୟ ଓ ଛାତ୍ର ଛାତ୍ରୀଙ୍କ ଉନ୍ନତି ପାଇଁ ଶପଥ ପାଠ କରିଥିଲେ। ଶେଷରେ ଶିକ୍ଷକ ରଂଜୁ ଅମାତ ଧନ୍ୟବାଦ ଦେଇଥିଲେ।





