‘ମେରା ଯୁବ ଭାରତ’ ପକ୍ଷରୁ ଅନୁଷ୍ଠିତ ହେଲା ଯୁବକ ସଂଘ ବିକାଶ ଅଭିଯାନ କାର୍ଯ୍ୟକ୍ରମ

ଓଡ଼ିଆ ବାର୍ତ୍ତା/ ବାଲେଶ୍ୱର (କୃଷ୍ଣ କୁମାର ମହାନ୍ତି): ଭାରତ ସରକାରଙ୍କ କ୍ରୀଡା ଯୁବ ବ୍ୟାପାର ବିଭାଗ ଅନ୍ତର୍ଗତ ‘ମେରା ଯୁବ ଭାରତ’ ବାଲେଶ୍ୱର ଓ ସାମାଜିକ ସଂଗଠନ ‘ମୁନ୍ କମ୍ୟୁନିକେସନ’ର ମିଳିତ ସହଯୋଗରେ ଯୁବକ ସଂଘ ବିକାଶ ଅଭିଯାନ କାର୍ଯ୍ୟକ୍ରମ ରଣସାହି ଠାରେ ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠାନର ସମ୍ପାଦକ ଶ୍ରୀ ଅବନୀ କୁମାର ଜେନାଙ୍କ ନେତୃତ୍ୱରେ ୨୦୪୭ ପର୍ଯ୍ୟନ୍ତ ବିକଶିତ ଭାରତ କାର୍ଯ୍ୟକ୍ରମରେ ଯୁବକମାନଙ୍କ ଭାଗିଦାରି ବୃଦ୍ଧି ପାଇଁ ସଭାରେ ଅତିଥି ଭାବେ ଯୋଗଦେଇ ସୁଭଦ୍ରା ବିଶ୍ୱାଳ, ପଙ୍କଜିନୀ ଦାସ,ପୁଷ୍ପଲତା ଚଣ୍ଡ, ଶିବାନୀ ବେହେରା ମତବ୍ୟକ୍ତ କରିଥିଲେ। ସେମାନେ ଗ୍ରାମାଞ୍ଚଳରେ ନୂତନ କରି ଗଢି ଉଠିଥିବା ଯୁବକ ସଙ୍ଘର ସଭାପତି ଓ ସମ୍ପାଦକମାନଙ୍କୁ ସ୍ୱାଗତ କରିବା ସହ ବିକଶିତ ଭାରତରେ ଏମାନଙ୍କ ଭଗିଦାରି ସମ୍ପର୍କରେ ଆଲୋଚନା କରିଥିଲେ।‌ ମହିଳା ସଂଘ ଗଠନରେ ସଂଖ୍ୟା ସୀମିତ ଥିବାରୁ ନିଜ ଅଂଚଳରେ ମହିଳା ସଙ୍ଘ ଗଠନ କରିବା ସହ ଦେଶର ବିକାଶରେ ନିଜକୁ ସାମିଲ କରିବାକୁ ଆହ୍ୱାନ ଦେଇ ଥିଲେ। ସମସ୍ତେ ନିଜ ନିଜ ଅଂଚଳରେ ନୂଆ ସଙ୍ଘ ଗଠନ ସହ ପୁରାତନକୁ ସାମିଲ କରି ନୂତନ ଯୁବ ନୀତି ଅନୁସାରେ ସମସ୍ତ ୧୫ ରୁ ୨୯ ମଧ୍ୟରେ ଯୁବକଯୁବତୀମାନଙ୍କୁ ଓ ନୂଆ, ପୁରୁଣା ଯୁବକ ସଂଘକୁ ‘ମାଇଁ ଯୁବ ଭାରତ ପୋର୍ଟାଲ’ ମାଧ୍ୟମରେ ପଞ୍ଜିକରଣ କରି ନିଜ ସହ ଦେଶର ବିକାଶରେ ସହଭାଗୀ ହେବାକୁ ନିବେଦନ କରିଥିଲେ। କାର୍ଯ୍ୟକ୍ରମ ପରିଚାଳନାରେ ଇନ୍ଦ୍ରମଣୀ ନାୟକ, ସୁଲୋଚନା ମଳିକ ମଞ୍ଜୁଲତା ବିଶ୍ୱାଳ, ମମତା ବେହେରା, ଶ୍ରାବଣୀ ମଳିକ, ସୂର୍ଯ୍ୟକାନ୍ତ ନାୟକ, ଅମ୍ବିକା ପ୍ରସାଦ ପ୍ରମୁଖ ସହଯୋଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.