ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ରେ ଶୁକ୍ରବାର ଦ୍ୱିତୀୟ ଦିନ ରଥଯାତ୍ରା ସମ୍ପନ୍ନ ହୋଇଛି। ୧୬ ତାରିଖ ରଥଯାତ୍ରା ଦିନ ଠାକୁର ମାନେ ଆସି ନର୍ଲା ପଞ୍ଚାୟତ ମାର୍କେଟ କମ୍ପ୍ଲେକ୍ସ ଠାରେ ପ୍ରସିଦ୍ଧ ସଙ୍କୀର୍ତ୍ତନ ଗୁରୁ ବିଜୟ ପଣ୍ତା ଙ୍କ ଅତିଥି ହୋଇ ରଥ ଉପରେ ରହିଥିଲେ। ରାତିରେ ରଥ ପାଖରେ ଭଜନ କୀର୍ତ୍ତନ ଅନୁଷ୍ଠିତ ହୋଇଥିଲା। ସକାଳୁ ରଥ ଉପରେ ହିଁ ଠାକୁର ମାନଙ୍କ ରୀତିନୀତି ସମ୍ପନ୍ନ ହୋଇଥିଲା। ଦ୍ଵୀ ପହରରେ ଭୋଗ ଲାଗି ହେବାପରେ ସଂଧ୍ୟା ୫ ଟା ବେଳେ ଦ୍ବିତୀୟ ଦିନ ରଥଯାତ୍ରା ରେ ଠାକୁର ମାନେ ମାଉସୀ ମନ୍ଦିରକୁ ଯାଇଥିଲେ। ପାଗ ଭଲ ରହିଥିବାରୁ ପ୍ରବଳ ଜନ ସମାଗମ ହୋଇଥିଲା। ଶ୍ରଦ୍ଧାଳୁ ଭକ୍ତ ମାନେ ଅନେକ ଉତ୍ସାହ ରେ ରଥ ଟାଣୁଥିବା ଦେଖିବାକୁ ମିଳିଥିଲା। ମୁଖ୍ୟ ପୂଜକ ନାରାୟଣ ପଣ୍ଡା, ସହକାରୀ ସୁଦାମ ପଣ୍ଡା, ମଧୁ ପାଢ଼ୀ, ମନ୍ମୟ ଚାନ୍ଦ, ସଞ୍ଜୟ ପଣ୍ଡା, ପ୍ରଭୋବ ଚାନ୍ଦ, ନିଖିଲ ଚାନ୍ଦ, ଜିତୁ ଚାନ୍ଦ ପ୍ରମୁଖ ରଥ ଉପରେ ପୂଜନ ଦାଇତ୍ୱ ନିର୍ବାହନ କରିଥିଲେ। ରଥ ନର୍ଲା ମାର୍କେଟ ମଝିରେ ଥିବା ନବୋଦୟ ଛକରେ ରହିବା ପରେ। ସେଠାରୁ ଧାଡି ପହଣ୍ଡିରେ ମାଉସୀ ମନ୍ଦିର ଯାଏଁ ଯାଇଥିଲେ।
ନର୍ଲାର ବରିଷ୍ଠ ନାଗରିକ ଜଗନ୍ନାଥ ପ୍ରେମୀ ଚନ୍ଦ୍ର ଶେଖର ପୂଝାରୀ ଓ ଚୁଳମଣି ଗଉଡିଆ ଛେରା ପହରା କରିଥିଲେ। ପଣ୍ଡା ଅଜୟ ନନ୍ଦ ସୁଦର୍ଶନ ବିଗ୍ରହ କୁ ଧରି ସବା ଆଗରେ ଚଲିଥିବା ବେଳେ, ତାଙ୍କ ପରେ ବିଦ୍ୟାଧର ପତି ଗରୁଡ ବିଗ୍ରହକୁ ଧରିଥିଲେ। ମଧୁସୂଦନ ପାଢ଼ୀ, ମନ୍ମୟ ଚାନ୍ଦ, ସୁଜିତ ଚାନ୍ଦ, ପ୍ରଭୋବ ଚାନ୍ଦ, ସୁରେନ୍ଦ୍ର ଚାନ୍ଦ, ସୁବୋଧ ମିଶ୍ର, ଲଣ୍ଡା ଚାନ୍ଦ, ସୁଧର୍ମା ପଣ୍ଡା, ନାରାୟଣ ପଣ୍ଡା, ପୂର୍ଣ୍ଣଚନ୍ଦ୍ର ପଣ୍ଡା, ପଦ୍ମନାଭ ପଣ୍ଡା, ଅମନ ଅଗ୍ରୱାଲା, ଜିତୁ ପଧାନ, ଗୌତମ ଚିନ୍ଦା, ଶମ୍ଭୁ ଜଡା ପ୍ରମୁଖ ଜଗନ୍ନାଥ, ବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କୁ ପହଣ୍ଡି କରି ରଥଯାଏଁ ନେଇ ଆସିଥିଲେ। ପ୍ରଭୁଙ୍କ ଆସନ ପରିପାଟି କଥା କେତକୀ ଜଡା, ମଞ୍ଜୁ ଗଉଡ଼, ବନିତା ମିଶ୍ର, ମମତା ପଣ୍ତା, ପଦ୍ମିନୀ ପଣ୍ତା, ସୁନୀତା ମିଶ୍ର, ସୁନୀତା ଗୋଉଡ଼ିଆ, ଗୀତା ପଧାନ, ସଙ୍ଗୀତା ବେହେରା, ସୁନୀତା ନାଏକ, ପୁଷ୍ପାଞ୍ଜଳୀ ସାହୁ ପ୍ରମୁଖ ବୁଝିଥିବା ବେଳେ ମହିଳା ଭକ୍ତ ମାନେ ଠାକୁର ମାନଙ୍କୁ ଚାମର କରିଥିଲେ।

ଅନ୍ୟ ମାନଙ୍କ ମଧ୍ୟରେ ଯୁବ ସ୍ୱେଚ୍ଛାସେବୀ ବିମଲ କୁମାର କେଡିଆ, ମହେନ୍ଦ୍ର ଗଉଡ଼ ପ୍ରମୁଖ ଠାକୁର ମାନଙ୍କ ପହଣ୍ଡି ରେ ସହଯୋଗ କରିଥିଲେ। କର୍ତ୍ତା ଚିରଞ୍ଜିବୀ ଗଉଡିଆ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଠାକୁର ମାନଙ୍କ ଆଗମନକୁ ଚାତକ ପରି ଚାହିଁ ରହିଥିବା ମଉସା ଅବସରପ୍ରାପ୍ତ ଜଜ ବିମଳ ଚାନ୍ଦ ଓ ମାଉସୀ ଅନୁପମା ଚାନ୍ଦ, ମଉସା ମାଉସୀଙ୍କ ପରିବାର ତରଫରୁ ଚନ୍ଦ୍ର ଶେଖର ଚାନ୍ଦ, ସଞ୍ଜୀବ କୁମାର ଚାନ୍ଦ, ବୀରେନ୍ଦ୍ର ଚାନ୍ଦ, ସୁକାନ୍ତ ଚାନ୍ଦ ଦମ୍ପତି ଉପସ୍ଥିତ ରହି ଠାକୁର ମାନଙ୍କୁ ବନ୍ଦାପନା କରି ଭୋଗ ଅର୍ପଣ କରିଥିଲେ। ସମସ୍ତେ ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ସ୍ୱାଗତ କରି ମନ୍ଦିରକୁ ପାଛୋଟି ନେଇଥିଲେ।

୯ ଦିନ ଧରି ମାଉସୀ ମନ୍ଦିରେ ରହିବେ ଚତୁର୍ଦ୍ଧା ମୂର୍ତ୍ତି। ପ୍ରତ୍ୟହ ନିତିକ୍ରାନ୍ତି ସହ ଭୋଗ ରାଗ ଲାଗି ହେବ। ପ୍ରତ୍ୟହ ସଂଧ୍ୟାରେ ଭଜନ କୀର୍ତ୍ତନ ମଧ୍ୟ ଚାଲିବ ବୋଲି ସୂଚନା ଦେଇଛନ୍ତି ସଭାପତି ଚିରଞ୍ଜିବୀ ଗୌଡିଆ। ଗତ ୨୦୦୭ ମସିହାରୁ ୨୦ ବର୍ଷ ଧରି ନର୍ଲା ରେ ଚାଲି ଆସିଛି ରଥଯାତ୍ରା। ହେଲେ ଗତ ୮ ବର୍ଷ ହେଲା ଦ୍ବିତୀୟ ଦିନ ରଥଯାତ୍ରା ହୋଇ ଆସୁଛି। ଶାନ୍ତି ଶୃଙ୍ଖଳାର ସହ ରଥଯାତ୍ରା ସମ୍ପନ୍ନ ହୋଇଛି ନର୍ଲାରେ। କିଛି ମଦ୍ୟପ ଯୁବକଙ୍କ ଦୌରାତ୍ମ୍ୟ ଆରମ୍ଭ ହେବାରୁ ପ୍ରଥମ ଦିନ ରଥଯାତ୍ରା ରୁ ସେମାନଙ୍କୁ ପୋଲିସ ଥାନାରେ ଅଟକ ରଖିଥିବା ଜଣାପଡିଛି।

ନର୍ଲା ଅଞ୍ଚଳର ନର୍ଲା ସମେତ ତୁଳାପଡା, ମାଣ୍ଡେଲ, ବୁଢ଼ୀପଦର ଦେବଗିରି ମଠ, ଲାଖଗୁଡା, ରୁପ୍ରାରୋଡ, ରୁପ୍ରା, ସରିଆଁ, ସେରଗଡ, ପଲମ୍, ଉଲିକୁପା ଏସବୁ ସ୍ଥାନରେ ମଧ୍ୟ ଶାନ୍ତି ଶୃଙ୍ଖଳାର ସହ ରଥଟଣା ସମ୍ପନ୍ନ ହୋଇଯାଇଛି। ନର୍ଲା ପୋଲିସ ବିଭିନ୍ନ ସ୍ଥାନରେ ଉପସ୍ଥିତ ରହି ଶୃଙ୍ଖଳା ବଜାୟ ରଖିଥିଲେ। ନର୍ଲା ପୋଲିସ, ଅଗ୍ନିଶମ ବାହିନୀ, ବିଦ୍ୟୁତ ବିଭାଗ, ନର୍ଲା ର ଯୁବ ପିଢୀ, ଘଣ୍ଟ ଦଳ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ।





