ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କୋକସରା ଅବକାରୀ ବିଭାଗ ପକ୍ଷରୁ ଶନିବାର ଖଲିଗଡ଼ ଜଙ୍ଗଲ ନାଲାରେ ଚଢ଼ାଉ କରାଯାଇଛି। ମହୁଲ ପୋଚ ଓ ହାତରନ୍ଧା ମଦ ନଷ୍ଟ କରାଯାଇଥିବା ବେଳେ କାହାରି କୁ ଗିରଫ କରିଯାଇ ନାହିଁ। କୋକସରା ଅବକାରୀ ଥାନା ଓଆଇସି ଗୁପ୍ତେଶ୍ୱର ପୁଟେଲଙ୍କ ନେତୃତ୍ୱରେ ଚଢ଼ାଉ କରାଯାଇଥିବା ବେଳେ ୨୮୦୦ କିଲୋଗ୍ରାମ ମହୁଲ ପୋଚ ଓ ଏକ ଶହ ଲିଟର ଦେଶୀ ହାତରନ୍ଧା ମଦ ସହ ମଦ ତିଆରି ସାମଗ୍ରୀ ନଷ୍ଟ କରାଯାଉଛି। କୌଣସି ପ୍ରକାରେ ଖବର ଜାଣିବାକୁ ପାଇଁ ମଦ ରନ୍ଧାରେ ସମୃଦ୍ଧ ବ୍ୟକ୍ତିମାନେ ସେଠାରୁ ଫେରାର ହୋଇଥିବା ସୂଚନା ମିଳିଛି। ଏହି ଚଢ଼ାଉରେ କୋକସରା ଅବକାରୀ ଥାନା ଓଆଇସି ପୁଟେଲଙ୍କ ସମେତ ଜୟପାଟଣା ଓଆଇସି ସୁରେଶ ଭୋଇ, ଏସ୍ଆଇ ସୌମ୍ୟରଞ୍ଜନ ମାଝୀ, ମୋବାଇଲ ୟୁନିଟ୍ ଏସ୍ଆଇ ସତ୍ୟନାରାୟଣ ପ୍ରଧାନ ଓ ଅବକାରୀ କର୍ମଚାରୀ ମାନେ ସାମିଲ ହୋଇଥିଲେ।





