ତ୍ରି-ସ୍ତରୀୟ ପଞ୍ଚାୟତ ନିର୍ବାଚନରେ ପଛୁଆ ବର୍ଗଙ୍କୁ ସଂରକ୍ଷଣ ଓ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ରାଶି ବୃଦ୍ଧି ସହିତ କୃଷକଙ୍କୁ ନ୍ୟାୟ ପ୍ରଦାନ ପାଇଁ ଦାବି କଲା ସମାଜବାଦୀ ପାର୍ଟି 

ଓଡ଼ିଆ ବାର୍ତ୍ତା/ ଭୁବନେଶ୍ୱର: ଭୁବନେଶ୍ୱର ସ୍ଥିତ ସମାଜବାଦୀ ପାର୍ଟି ରାଜ୍ୟ କାର୍ଯ୍ୟାଳୟରେ ସୋମବାର ଦିନ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଆଗାମୀ ତ୍ରି-ସ୍ତରୀୟ ପଞ୍ଚାୟତ ନିର୍ବାଚନରେ ପଛୁଆ ବର୍ଗଙ୍କୁ ସଂରକ୍ଷଣ ଓ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ରାଶି ବୃଦ୍ଧି ସହିତ କୃଷକଙ୍କୁ ନ୍ୟାୟ ପ୍ରଦାନ ପାଇଁ ଏଥିରେ ଦାବି କରିଛି ସମାଜବାଦୀ ପାର୍ଟି। ସମାଜବାଦୀ ପାର୍ଟି ରାଜ୍ଯ ସଭାପତି ଶ୍ରୀ ଶିବ ହାତୀ ଯାଦବ କହିଛନ୍ତି ଯେ, ଯେତେବେଳେ ବିଜେଡି ସରକାର ୨୦୨୧ ମସିହାରେ ତ୍ରିସ୍ତରୀୟ ପଞ୍ଚାୟତ ଓ ସହରାଞ୍ଚଳ ବଡ଼ି ନିର୍ବାଚନରେ ପଛୁଆବର୍ଗ ମାନଙ୍କୁ ସଂରକ୍ଷଣ କାଟି ଦିଆଗଲା, ସେତେବେଳେ ବିଜେପି ପକ୍ଷରୁ ଘୋର ବିରୋଧ ଓ ନିନ୍ଦା ପ୍ରସ୍ତାବ କରାଯାଇଥିଲା। ବର୍ତ୍ତମାନ ସେହି ବିଜେପି ସରକାରରେ ଅଛନ୍ତି ମାତ୍ର ଏ ପର୍ଯ୍ୟନ୍ତ ୨୦୨୭ ତ୍ରିସ୍ତରୀୟ ପଞ୍ଚାୟତ ଓ ସହରାଞ୍ଚଳ ମୁନିସିପାଲଟି ଓ ଏନ୍.ଏ.ସିରେ ପଛୁଆ ବର୍ଗମାନଙ୍କ ପ୍ରତିନିଧିତ୍ୱ ପାଇଁ ସଂରକ୍ଷଣ ବ୍ୟବସ୍ଥା କରିନାହାନ୍ତି। ଗତ ଦୁଇ ଦିନ ତଳେ ନୂତନ ୩୫ ଟି ମୁନିସିପାଲଟି ଓ ଏନ୍.ଏ.ସିର ସଂରକ୍ଷଣରେ ପଛୁଆ ବର୍ଗଙ୍କୁ ନିଆଯାଇ ନାହିଁ। ଏଣୁ ସମାଜବାଦୀ ପାର୍ଟି ଓଡ଼ିଶା ପ୍ରଦେଶ ସଭାପତି ଶିବ ହାତୀ ଯାଦବ ସରକାରଙ୍କୁ ନିବେଦନ କରିଛନ୍ତି ଯେ, ଭାରତର ସମ୍ବିଧାନ ଧାରା ୧୫(୪) ଓ ୧୬(୪) ଅନୁସାରେ ରାଜ୍ୟ ସରକାର ପଛୁଆ ବର୍ଗ ମାନଙ୍କ ପାଇଁ ସଂରକ୍ଷଣ କରିବା ପାଇଁ ଅଧିକାର ନ୍ୟସ୍ତ କରାଯାଇଛି ଏତତ୍ ବ୍ୟତୀତ ମାନନୀୟ ଉଚ୍ଚତ୍ତମ ନ୍ୟାୟାଳୟଙ୍କ ୨୦୨୦ Rahul Ramesh -vr- State govt of Maharastra case ରେ ରାଜ୍ୟ ସରକାର ଙ୍କୁ ଟ୍ରିପଲ୍ ଟେଷ୍ଟ ମାଧ୍ୟମରେ ପଛୁଆ ବର୍ଗକୁ ରାଜନୀତିରେ ସଂରକ୍ଷଣ ଦେଇ ପାରିବେ,ଏଥି ପାଇଁ ସରକାର ଏକ କମିଶନ ବସାଇ ସମାଜର ସାମାଜିକ ଓ ଅର୍ଥନୈତିକ ଅନୁନ୍ନତମାନଙ୍କର ଡାଟା ସଂଗ୍ରହ କରିବେ ଓ ସେହି ଅନୁପାତରେ ସହରାଞ୍ଚଳ ଓ ପଞ୍ଚାୟତ ନିର୍ବାଚନରେ ରାଜନୈତିକ ସଂରକ୍ଷଣ କରିପାରିବେ। ତେଣୁ ସମାଜବାଦୀ ପାର୍ଟି ସରକାରଙ୍କୁ ଏଦିଗରେ ଉଚିତ ପଦପେକ୍ଷ ଗ୍ରହଣ କରିବା ସହିତ ପଛୁଆ ବର୍ଗଙ୍କୁ ଉକ୍ତ ନିର୍ବାଚନରେ ସଂରକ୍ଷଣ ଲାଗୁ କରନ୍ତୁ ନଚେତ୍ ଆଗାମୀ ଦିନରେ ସମାଜବାଦୀ ପାର୍ଟି ରାଜରାସ୍ତାକୁ ଓହ୍ଲାଇ ପ୍ରତିବାଦ କରିବ। ଆଉ ମଧ୍ୟ ଅନ୍ତୋଦୟ ଓ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଓଡ଼ିଶା ସରକାରଙ୍କର ଫେଲ୍ ହୋଇଛି ବୋଲି ମତବ୍ୟକ୍ତ କରିଥିଲେ। କାରଣ ଗରିବ ହିତାଧିକାରୀ ମାନେ ୨୦୧୫ ମସିହାର ଅଟକଳ ଅନୁଯାୟୀ ୧,୨୦,୦୦୦/- (ଏକ ଲକ୍ଷ କୋଡ଼ିଏ ହଜାର ଟଙ୍କା) ରେ ବର୍ତ୍ତମାନର ବଜାର ଦର ଅନୁସାରେ ଘର ସମ୍ପୂର୍ଣ୍ଣ କରିବାରେ ବିଫଳ ହେଉଛନ୍ତି। ପ୍ରତି ପଞ୍ଚାୟତରେ ଶତକଡ଼ା ୯୦ ଭାଗ ଘର ଗରିବ ହିତାଧିକାରୀ ବଜାର ଦର ଯୋଗୁଁ ନ କରି ପାରିଥିବା ବେଳେ, ମୋହନ ସରକାର ଉକ୍ତ ହିତାଧିକାରୀ ମାନଙ୍କୁ ବାଦ୍ ଦେବା ପାଇଁ ନିର୍ଦ୍ଦେଶ ଜାରି କରିଛନ୍ତି, ତେଣୁ ସମାଜବାଦୀ ପାର୍ଟି ଏହାର ଘୋର ବିରୋଧ କରିବା ସଙ୍ଗେ ସଙ୍ଗେ ଉକ୍ତ ରାଶିକୁ ୧,୨୦,୦୦୦/ ରୁ ଅନ୍ୟୁନ ୩,୦୦,୦୦୦/କୁ ବୃଦ୍ଧି କରିବାକୁ ଦାବି କରିଛି। ଡବଲ ଇଞ୍ଜିନ ସରକାର ଚାଷୀମାନଙ୍କୁ ଡବଲ ଲାଭର ଲୋଭ ଦେଖାଇ ଓ ମିଛ ପ୍ରତିଶ୍ରୁତି ଦେଇ ଚାଷୀମାନଙ୍କୁ ହତାଶ କରିଛନ୍ତି। ଧାନର ଅଭାବ ବିକ୍ରି ପାଇଁ ଚାଷୀମାନେ ଆର୍ଥିକ ଅନଟନରେ ଥିବା ସମୟରେ ଡିଏପି ସାର ୧୪୦୦/- ଟଙ୍କାରୁ ବଢ଼ାଇ ୨୧୦୦/ ଟଙ୍କାରେ ପହଞ୍ଚିଲାଣି। କମ୍ପାନୀ ମାନେ ସାର ଓ ଔଷଧ ଉପରେ ଯେଉଁ ଅତ୍ୟଧିକ ମୂଲ୍ୟ ବୃଦ୍ଧି କରିଛନ୍ତି, ତା’ ଉପରେ ସରକାରଙ୍କ ଲଗାମ୍ ନାହିଁ। ତେଣୁ ସରକାର ଚାଷୀଙ୍କୁ ଡବଲ ଲାଭ ବଦଳରେ ଡବଲ ଦୁଃଖ ଦେଉଛନ୍ତି। ଯାହାକୁ ସମାଜବାଦୀ ପାର୍ଟି ରାଜ୍ଯ ସଭାପତି ଘୋର ନିନ୍ଦା କରିବା ସହିତ ସରକାର ତୁରନ୍ତ ଚାଷୀଙ୍କ ଋଣ ଛାଡ଼ କରିବା ଓ ବଜାର ଦର ଉପରେ ନିୟନ୍ତ୍ରଣ ଜାରି କରିବାକୁ ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ କରିଛନ୍ତି।ଆଉ ମଧ୍ୟ ବର୍ତ୍ତମାନ ପ୍ରାଥମିକ ଓ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ପାଠପଢ଼ା ଦୁଇ ମାସ ହେଲା ଆରମ୍ଭ ହୋଇଥିଲେ ମଧ୍ୟ ପାଠ୍ୟପୁସ୍ତକର ମୁଦ୍ରଣ ଗତ ତ୍ରୁଟି ଯୋଗୁଁ ଛାତ୍ରଛାତ୍ରୀ ଓ ଅଭିଭାବକ ମାନେ ମାନସିକ ଚାପରେ ଅଛନ୍ତି। ତେଣୁ ତୁରନ୍ତ ଉକ୍ତ ପାଠ୍ୟ ପୁସ୍ତକ ମୁଦ୍ରଣ ଜନିତ ତ୍ରୁଟି ପାଇଁ ଦାୟୀ ବିଭାଗୀୟ ଅଧିକାରୀମାନଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ସହ ଯଥାଶୀଘ୍ର ନୂତନ ନିର୍ଭୁଲ ପାଠ୍ୟପୁସ୍ତକ ଯୋଗାଇ ଦେବାକୁ ସମାଜବାଦୀ ପାର୍ଟି ଦୃଢ଼ ଦାବୀ କରିଛି। ଉକ୍ତ ଭୁଲ ମୁଦ୍ରଣ ପାଠ୍ୟପୁସ୍ତକରେ ଯେଉଁ କୋଟି କୋଟି ଟଙ୍କା ଖର୍ଚ୍ଚ ହୋଇଛି ତାହା ଦୋଷୀ ସାବ୍ୟସ୍ତ ହୋଇଥିବା ବିଭାଗୀୟ ଅଧିକାରୀମାନଙ୍କ ଠାରୁ ଭରଣ କରାଯାଉ। ଆଗାମୀ ଦିନରେ ଏପରି ଭୁଲ ଯେଭଳି ନ ହୁଏ, ସେଥିପ୍ରତି ସରକାର ସଜାଗ ରୁହନ୍ତୁ ଓ କୋମଳମତି ଛାତ୍ରଛାତ୍ରୀଙ୍କୁ ବିଭ୍ରାନ୍ତିକର ତଥ୍ୟ ପାଠ୍ୟପୁସ୍ତକରେ ସ୍ଥାନିତ କରି ସେମାନଙ୍କର ଭବିଷ୍ୟତକୁ ଅନ୍ଧାରକୁ ଠେଲି ଦିଅନ୍ତୁ ନାହିଁ ବୋଲି ସମାଜବାଦୀ ପାର୍ଟିର ଓଡ଼ିଶା ପ୍ରଦେଶ ସଭାପତି ଶିବ ହାତୀ ଯାଦବ କହିଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.