ଗୋଲାମୁଣ୍ଡା ବ୍ଲକରେ ସାର ଚଢ଼ା ଦରରେ ବିକ୍ରୀକୁ ବିରୋଧ କଲା ଜନ ସଂଗ୍ରାମ ସମିତି

କାର୍ଯ୍ୟାନୁଷ୍ଠାନ ପାଇଁ ଦାବୀ ପତ୍ର ପ୍ରଦାନ

ଓଡ଼ିଆ ବାର୍ତ୍ତା/ ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକର ବିଭିନ୍ନ ଅଞ୍ଚଳରେ ସାର ବିକ୍ରି କରୁଥିବା ଦୋକାନୀ ମାନେ ସରକାରଙ୍କ ନିର୍ଦ୍ଧାରିତ ମୂଲ୍ୟଠାରୁ ଅଧିକ ଦରରେ ସାର ବିକ୍ରି କରୁଥିବା ସମସ୍ୟାର ପ୍ରତିବାଦ ନେଇ ଆଜି କଳାହାଣ୍ଡି ଜନ ସଂଗ୍ରାମ ସମିତି ପକ୍ଷରୁ ସଭାପତି ସାଉଲ ମଙ୍ଗରାଜଙ୍କ ନେତୃତ୍ବରେ ସାରର ଅତ୍ୟଧିକ ଦରରେ ବିକ୍ରି ଉପରେ ତୁରନ୍ତ ଚଢ଼ାଉ କରି ତଦନ୍ତ କରିବା ଓ ଦୋଷୀ ସାବ୍ୟସ୍ତ ହେଉଥିବା ଦୋକାନୀଙ୍କ ବିରୋଧରେ କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ ଓ ଲାଇସେନ୍ସ ବାତିଲ କରିବା ଏବଂ ପ୍ରତ୍ୟେକ ଚାଷୀଙ୍କୁ ସରକାରୀ ନିର୍ଦ୍ଧାରିତ ଦରରେ ସାର ଉପଲବ୍ଧ କରିବା ପାଇଁ ଗୋଲାମୁଣ୍ଡା ଗୋଷ୍ଠୀ କୃଷି ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହ ଗୋଷ୍ଠୀ କୃଷି ଅଧିକାରୀ ନାଉକେଶ୍ୱର ନାଗଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା। ଉକ୍ତ ବିକ୍ଷୋଭ ପ୍ରଦର୍ଶନରେ ଅନିଲ ମଲ୍ଲିକ, ଲମ୍ବୁ ଜାଲ, ଉମେଶ ସରାଫ,ଅକ୍ରୁର ନାଏକ, ପ୍ରେମ ପୁଞ୍ଜି, ଅଗସ୍ତି ମାଝି,ଜଗବନ୍ଧୁ ମାଝୀ, ଚିତ୍ର ମାଝୀ, ଗଙ୍ଗା ମାଝି, ଟେକ ମାଝୀ, ବିଦ୍ୟା ମାଝୀ, ଅଗିନ ମାଝୀ, ନାକୁ ମାଝୀ, ସୁନୀଲ ମଙ୍ଗରାଜ, ରୁଦ୍ର ମଙ୍ଗରାଜ, ଟିତସ ସିପକା, ରଘୁ ମାଝୀ, ଟେକୁ ଖରସେଲ, ଭୁଜନ ମାଝୀ ପ୍ରମୁଖ ଚାଷୀ ଉପସ୍ଥିତ ଥିଲେ। ସାର କଳାବଜାରୀ ରୋକିବାକୁ ଯଥାଶୀଘ୍ର ପଦକ୍ଷେପ ଗ୍ରହଣ ନକଲେ ଆଗାମୀ ଦିନରେ ଜନ ସଂଗ୍ରାମ ସମିତି ପକ୍ଷରୁ ଆନ୍ଦୋଳନ ଭୟବାହ କରାଯିବ ବୋଲି ଜନ ସଂଗ୍ରାମ ସମିତି ସଭାପତି ଶ୍ରୀ ମଙ୍ଗରାଜ ଚେତାବନୀ ଦେଇଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.