ଓଡ଼ିଆ ବାର୍ତ୍ତା/ ସଇଁତଲା (ରମାକାନ୍ତ ରାଜପଲିଆ): ସଇଁତଲା ବ୍ଲକ ଝିଙ୍କିଡୁଙ୍ଗୁରି ପଞ୍ଚାୟତ କେନ୍ଦୁଉଡ଼ାର ସ୍ଥିତ ଅଖିଳ ଭାରତୀୟ ଆଦିବାସୀ ହାଇସ୍କୁଲ ଠାରେ ବିଦ୍ୟାଳୟର କନିଷ୍ଠ କିରାଣୀ ହରିଶ୍ଚନ୍ଦ୍ର ବଗର୍ତ୍ତୀଙ୍କୁ ଏକ ଭାବପୂର୍ଣ୍ଣ ପରିବେଶ ମଧ୍ୟରେ ଅବସରକାଳୀନ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି | ଏହି ଉପଲକ୍ଷେ ଅନୁଷ୍ଠିତ ସଭାରେ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ସ୍ୱାଧୀନ ବୁଡ଼େକ ଅଧ୍ୟକ୍ଷତା କରିଥିବା ବେଳେ ସ୍ଥାନୀୟ
ସରପଞ୍ଚ ପୁଷ୍ପାଞ୍ଜଳି ମାଝୀ, ସମିତି ସଭ୍ୟା ଗୀତାଞ୍ଜଳି ଖଣ୍ଡଗିରି, ପରିଚାଳନା ସମିତି ସଭାନେତ୍ରୀ ରୁକ୍ମିଣୀ ପୋଢ, ବିଦ୍ୟାଳୟ ପରିଚାଳନା ସମିତି ସଭାପତି ସୁରେନ୍ଦ୍ର ମାଝୀ ଅତିଥି ଭାବେ ଯୋଗଦେଇ ଶ୍ରୀ ବଗର୍ତ୍ତୀଙ୍କ କର୍ମମୟ ଜୀବନର ସ୍ମୃତିଚାରଣ କରିବା ସହ ତାଙ୍କର ସୁସ୍ଥ, ଆନନ୍ଦମୟ ଅବସରକାଳୀନ ଜୀବନ କାମନା କରିଥିଲେ | ଶିକ୍ଷକ ସଞ୍ଜୟ ପଧାନ ସଭା ସଂଯୋଜନା କରିଥିଲେ |ଶେଷରେ ଶିକ୍ଷକ ତ୍ରିଲୋଚନ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ | ଆଲୁମିନି କମିଟି ସଭାପତି ହିମାଂଶୁ ମାଝୀ, ସଦସ୍ୟ ନରସିଂହ ମାଝୀ, ନୀଳାମ୍ବର ପ୍ରଧାନୀ, ଲକ୍ଷ୍ମଣ ବଗର୍ତ୍ତୀ, ଭୂପେନ୍ଦ୍ର ବାଗ, ପ୍ରକାଶ ବଗର୍ତ୍ତୀ, ସରୋଜ ମହାକୁର, ଗୁଣନିଧି ପଧାନ, କୁବେର ପ୍ରଧାନୀ, ସୁବ୍ରତ ପ୍ରଧାନୀ, ଗରିବ ବାଗ ପ୍ରମୁଖଙ୍କ ସମେତ ଶତାଧିକ ଛାତ୍ରଛାତ୍ରୀ ଓ ଅଭିଭାବକ କାର୍ଯ୍ୟକ୍ରମରେ ଉପସ୍ଥିତ ରହିଥିଲେ |





