ଓଡିଆ ବାର୍ତ୍ତା/ କଟକ: ଆଦର୍ଶ ନାରୀ ପ୍ରତିଭା, ଧର୍ମପ୍ରାଣା ମହିୟସୀ ମହିଳା ତାରା ସାଲେପୁର ବ୍ଲକ ଉପକଣ୍ଠ ୪୬ ନମ୍ୱର ଜୋନ୍ ସଂଯୁକ୍ତା ଦେବୀଙ୍କ ତୃତୀୟ ଶ୍ରାଦ୍ଧ ବାର୍ଷିକୀ ଉତ୍ସବ ପାଳନ ନେଇ ପ୍ରସ୍ତୁତି ବୈଠକ ସାମାଜିକ ସଙ୍ଗଠନ ସଂଯୁକ୍ତା ମେମୋରିଆଲ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ସାଲେପୁର ଶିଶୁଆ ସ୍ଥିତ ସମ୍ପୂର୍ଣ୍ଣ। ରିସଟ ଠାରେ ଅନୁଷ୍ଠିତ ହୋଇ ଯାଇଛି । ସଂଯୁକ୍ତା ଦେବୀଙ୍କ ତୃତୀୟ ଶ୍ରାଦ୍ଧ ବାର୍ଷିକୀ ଉତ୍ସବ ତାଙ୍କ ଗ୍ରାମ ସୋଗଲ ଠାରେ ଚଳିତ ସେପ୍ଟେମ୍ବର ମାସ ୧୨ ତାରିଖ ଶନିବାର ଦିନ ଅନୁଷ୍ଠିତ ହେବା ସହ ଶ୍ରଦ୍ଧାଞ୍ଜଳି ସଭା, ରକ୍ତଦାନ ଶିବିର, ପତ୍ର ପତ୍ରିକା ଉନ୍ମୋଚନ ଏବଂ ବହୁବିଧ ସେବାକାର୍ଯ୍ୟ କରାଯିବାର ବ୍ୟବସ୍ଥା ରହିଛି। ଏହି ବୈଠକରେ ସଂଯୁକ୍ତା ଦେବୀ ସ୍ମୃତି କମିଟିର ଆବାହକ ତଥା ଟ୍ରଷ୍ଟ ଅଧ୍ୟକ୍ଷା ସଂଯୁକ୍ତା ଦେବୀଙ୍କ କନିଷ୍ଠ ପୁତ୍ର ଭରତୀୟ ଜନତା ପାର୍ଟି କଟକ ଜିଲ୍ଲା (ଗ୍ରାମୀଣ) ସାଧାରଣ ସମ୍ପାଦକ ରାଜନେତା ସମାଜସେବୀ ସନ୍ତୋଷ କୁମାର ରାଉତ, ମନୋରଞ୍ଜନ ରାଉତ, କିଶୋର ମହାନ୍ତି, ତ୍ରିଲୋଚନ ପତ୍ର, ରମେଶ କୁମାର ରାଉତ, ଅମୂଲ୍ୟ କୁମାର କର ଏବଂ ଟ୍ରଷ୍ଟ ବହୁ କାର୍ଯ୍ଯକର୍ତ୍ତା ଉପସ୍ଥିତ ରହି ଆଲୋଚନା କରିଥିଲେ।





