ଓଡ଼ିଆ ବାର୍ତ୍ତା/ ଭୁବନେଶ୍ୱର: ସମ୍ବଲପୁର–ପୁରୀ ୧୮୩୦୩ ଇଣ୍ଟରସିଟି ଏକ୍ସପ୍ରେସ୍ ଟ୍ରେନ୍ ଅନୁଗୋଳରୁ ଭୁବନେଶ୍ୱର ମଧ୍ୟରେ ପ୍ରାୟ ପ୍ରତିଦିନ ବିଳମ୍ବରେ ଚାଲୁଥିବାରୁ ଯାତ୍ରୀମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।
ବିଶେଷକରି ଦୈନିକ ଯାତାୟାତ କରୁଥିବା କର୍ମଚାରୀ, ଛାତ୍ରଛାତ୍ରୀ ଓ ବ୍ୟବସାୟୀମାନେ ଏହି ବିଳମ୍ବ ଯୋଗୁଁ ନିର୍ଦ୍ଧାରିତ ସମୟରେ ନିଜ ଗନ୍ତବ୍ୟସ୍ଥଳରେ ପହଞ୍ଚି ପାରୁନାହାନ୍ତି। ସମ୍ବଲପୁରରୁ ଅନୁଗୁଳକୁ ଆସୁଛି ଠିକ ସମୟରେ କିନ୍ତୁ ଅନୁଗୁଳରୁ ଢେଙ୍କାନାଳ ଆସିବା ପାଇଁ ପ୍ରତିଦିନ ବହୁତ ବିଳମ୍ବ ହେଉଛି। ଅନୁଗୋଳ ପରେ ଟ୍ରେନ୍ର ବିଳମ୍ବ ବଢ଼ିବା ନେଇ ନିୟମିତ ଯାତ୍ରୀମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି।ଅନୁଗୁଳରୁ ଭୁବନେଶ୍ୱରକୁ ସରକାରଙ୍କ ବିଭିର୍ଣ୍ଣ ବିଭାଗରେ ଯଥା ପୋଲିସ ରେଳବିଭାଗ ଓ ପ୍ରାଇଭେଟ କମ୍ପାନୀରେ ଚାକିରୀ କରୁଛନ୍ତି।ଏହି ଇଣ୍ଟରସିଟିରେ ଯାଉଛନ୍ତି ପୁଣି ଫେରୁଛନ୍ତି।ସେଥିପାଇଁ ତାଙ୍କ ଚାକିରୀ ଉପରେ ପ୍ରଭାବ ପଡୁଛି। ଟ୍ରେନ୍ଟିର ନିୟମିତ ବିଳମ୍ବର କାରଣ ଅନୁଧ୍ୟାନ କରି ଏହାକୁ ନିର୍ଦ୍ଧାରିତ ସମୟରେ ଚଳାଚଳ କରାଇବା ପାଇଁ ରେଳ ବିଭାଗ ତୁରନ୍ତ ପଦକ୍ଷେପ ନେବାକୁ ଯାତ୍ରୀମାନେ ଦାବି କରିଛନ୍ତି।ନଚେତ ୯.୨୫am ପରିବର୍ତେ ୧୦.୩୦am କରାଯାଉ।ସମୟ ପରିବର୍ତନ କରାଗଲେ ସବୁଦିନିଆ ଯାତ୍ରୀ ଅନ୍ୟ ଗାଡ଼ିରେ ଯାଇ ତାଙ୍କ ଚାକିରୀ ବଂଚେଇ ପାରିବେ ଏବଂ ଅଯଥା ସମୟ ନଷ୍ଟରୁ ରକ୍ଷା ପାଇଁ ପାରିବେ। ରେଳ ବିଭାଗ GM ଏବଂ DRM ଙ୍କୁ ୯.୨୫amରେ ଢେଙ୍କାନାଳରେ ପହଂଚିବା ପାଇଁ ଦାବି ହେଉଛି।





