ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ଭବାନୀପାଟଣା ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ବ୍ରଜବିହାର ଠାରେ ପବିତ୍ର ଗୁରୁଦିବସ ପାଳିତ ହୋଇଯାଇଛି। ଏନେଇ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପୋଲିସ ହାଇସ୍କୁଲର ପ୍ରଧାନ ଶିକ୍ଷକ ରବୀନ୍ଦ୍ର ପଟ୍ଟନାୟକ, ସମ୍ମାନିତ ଅତିଥି ଭାବେ ସଭାପତି ମନୋଜ କୁମାର ମୁଣ୍ଡ ଓ ପ୍ରଧାନ ଆଚାର୍ଯ୍ୟ ମନୋଜ କୁମାର ମୁଣ୍ଡ ପ୍ରମୁଖ ମଞ୍ଚାସିନ ଥିଲେ। ସ୍ୱାଗତ ସଂଗୀତ ଗାନ କରିଥିଲେ ବ୍ରଜ ଶିଳ୍ପୀ ଓ ସହଯୋଗ କରିଥିଲେ ଗୁରୁ ଜୟରାମ ସାହୁ ଓ ଶିବ ପ୍ରଧାନ। ଅନିତା ପଣ୍ଡାଙ୍କ ନିର୍ଦେଶ କ୍ରମେ ମଞ୍ଚ ପରିଚାଳନା କରିଥିଲେ ଅନନ୍ୟା ମିଶ୍ର ଓ ସାଇ ଅଭିନବ ଦାଶ। ସର୍ବପଲ୍ଲୀ ରାଧାକ୍ରିଷ୍ଣଙ୍କ ଜୀବନ ଚରିତ୍ର, ଛାତ୍ର ଛାତ୍ରୀଙ୍କ କର୍ତ୍ତବ୍ୟ ଓ ପାରିପାଶ୍ୱିକ ପରିସ୍ଥିତିକୁ ସାମ୍ନା କିପରି କରିବାକୁ ହେବ ଏହିପରି ସୁନ୍ଦର ବାର୍ତ୍ତା ଦେଇଥିଲେ ଅତିଥିବୃନ୍ଦ। ସଭାପତିତ୍ୱ ତଥା ଅଧ୍ୟକ୍ଷୀୟ ଅଭିଭାଷଣ ଖୁବ ପ୍ରେରଣାଦାୟୀ ଥିଲା। ଅନନ୍ୟା ଓ ସାଇ ଅର୍ଣ୍ଣବ ଶିଶୁ ଅଭିଭାଷଣ ଦେଇଥିଲେ। ଦଶମ ଶ୍ରେଣୀ ଭାଇ ଭଉଣୀଙ୍କ ଦ୍ୱାରା ଆୟୋଜିତ ହୋଇଥିଲା ଗୁରୁ ପୂଜନ। ଧନ୍ୟବାଦ ଦେଇଥିଲେ ବନଶ୍ରୀ ଦାଶ। ସମ୍ପୂର୍ଣ୍ଣ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ଗୁରୁଜୀ ଗୁରୁମା ଏବଂ ସେବକ ସେବିକା।





