ଗୋବଦ୍ଧନପୁର କ୍ଲଷ୍ଟରର ବିଭିନ୍ନ ବିଦ୍ୟାଳୟରେ ଗୁରୁଦିବସ ପାଳନ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଗୋବଦ୍ଧନପୁର କ୍ଲଷ୍ଟର ଅଧୀନରେ ଥିବା ସମସ୍ତ ୧୮ଟି ବିଦ୍ୟାଳୟରେ ଆଜି ଉତ୍ସାହ ଓ ଆନନ୍ଦର ସହିତ ଗୁରୁ ଦିବସ ପାଳନ କରାଯାଇଛି। ଏହି ଅବସରରେ ଶିକ୍ଷା କ୍ଷେତ୍ରରେ ଦୀର୍ଘଦିନ ଧରି ସେବା ଦେଇଥିବା ଅବସରପ୍ରାପ୍ତ ଶିକ୍ଷକମାନଙ୍କୁ ବିଦ୍ୟାଳୟକୁ ଡାକି ସମ୍ମାନିତ କରାଯାଇଥିଲା। ପାଣିମୁଣ୍ଡା ସରକାରୀ ଉଚ୍ଚ ବିଦ୍ୟାଳୟ ଓ, କଦମ୍ବଗୁଡ଼ା ଉଚ୍ଚ ବିଦ୍ୟାଳୟରେ ଅବସରପ୍ରାପ୍ତ ଶିକ୍ଷକ ଲକ୍ଷ୍ମଣ ପରିଡାଙ୍କୁ ସମ୍ମାନିତ କରାଯାଇଥିଲା। ସେହିପରି ଭାଲୁଚଞ୍ଚରା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଓ ଗୋବଦ୍ଧନପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଅବସରପ୍ରାପ୍ତ ଶିକ୍ଷବ ଶୋଭାବନ ଛତରଙ୍କୁ ସମ୍ମାନୀତ କରାଯାଇଥିଲା। ଏଥିସହି ସହିତ ରାମଚନ୍ଦ୍ରପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଅବସରପ୍ରାପ୍ତ ଶିକ୍ଷକ କପିଲେଶ୍ବର ବେହେରା, କାର୍ତ୍ତିକେଶ୍ବର ବେହେରା ଓ ଚକ୍ରଧର ପଣ୍ଡାଙ୍କୁ ପୁଷ୍ପଗୁଚ୍ଛ ଓ ଉପଢୌକନ ଦେଇ ଭାବପୂର୍ଣ୍ଣ ଭାବେ ସମ୍ମାନିତ କରାଯାଇଥିଲା।ଏହି ଅବସରରେ ଅବସରପ୍ରାପ୍ତ ଶିକ୍ଷକମାନଙ୍କର ଶିକ୍ଷା କ୍ଷେତ୍ରରେ ଅତୁଳନୀୟ ଅବଦାନ, ନିଷ୍ଠା ଓ ସେବାକୁ କେବେ ବି ଭୁଲି ହେବନାହିଁ ବୋଲି ପ୍ରଶଂସା କରିଥିଲେ। ଏହା କାର୍ଯ୍ୟକ୍ରମରେ କ୍ଲଷ୍ଟର ସିଆରସିସି କୁମାର ଗୈାରବ ପରିଡ଼ା ଓ ବିଭିନ୍ନ ବିଦ୍ୟାଳୟ ଶିକ୍ଷକ,ଶିକ୍ଷୟିତ୍ରୀ, ଛାତ୍ରଛାତ୍ରୀ ମାନେ ଉପସ୍ଥିତ ଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.