ନର୍ଲା ଶାରଦୀୟ ନବରାତ୍ରୀ ଦୁର୍ଗାପୂଜା ପାଇଁ କର୍ମକର୍ତ୍ତା ଚୟନ

ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ଶାରଦୀୟ ନବରାତ୍ରୀ ଦୁର୍ଗାପୂଜା ପାଇଁ ପୂର୍ବତନ ସଭାପତି ବରିଷ୍ଠ ନାଗରିକ ଧରଣୀଧର ଧଙ୍ଗଡାମାଝୀଙ୍କ ଅଧ୍ୟକ୍ଷତାରେ ଦୁର୍ଗା ମଣ୍ଡପ ପରିସରରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ଚଳିତ ବର୍ଷ ନବରାତ୍ରୀ ପୂଜାରେ ବର୍ଷାକୁ ଦୃଷ୍ଟିରେ ରଖି କ’ଣ ସବୁ କାର୍ଯ୍ୟକ୍ରମ କରାଯିବ ସେ ନେଇ ବିଭିନ୍ନ ବ୍ୟକ୍ତି ବିଶେଷଙ୍କ ମତାମତ ନିଆଯିବା ସହ ପୂଜାର ଅନ୍ୟ ଦିଗ ମୂର୍ତ୍ତି ନିର୍ମାଣ, ସାଜସଜ୍ଜା ପ୍ରଭୃତି ବିଷୟରେ ଆଲୋଚନା କରାଯାଇଥିଲା। ଏହାପରେ ଚଳିତ ବର୍ଷ ନବରାତ୍ରୀ ପୂଜା ପରିଚାଳନା ପାଇଁ କର୍ମକର୍ତ୍ତା ଚୟନ କରାଯାଇଥିଲା। ସଭାପତି ଭାବରେ ଦୀପୁ ପାତ୍ର, ଉପ ସଭାପତି ଭାବରେ ଚକ୍ର ଗୌଡିଆ, ସମ୍ପାଦକ ଭାବରେ ରାଜେନ୍ଦ୍ର ନାରାୟଣ ପୂଝାରୀ (ଟିମ୍ପୁ), କୋଷାଧ୍ୟକ୍ଷ ଘାସିରାମ ସାହୁ, ଯୁଗ୍ମ କୋଷଧ୍ୟାକ୍ଷ ଅମନ ଚାନ୍ଦ (ବଣ୍ଟୁ) ପ୍ରମୁଖ ସର୍ବ ସମ୍ମତି କ୍ରମେ ନିର୍ବାଚିତ ହୋଇଥିବା ବେଳେ ବିଭିନ୍ନ ବିଭାଗର ଯୁଗ୍ମ ସମ୍ପାଦକ ଭାବରେ ସୁଶୀଲ ପାତ୍ର, ସୁନୀଲ ନାଗ, ତୋଫାନ ପ୍ରଧାନୀ, ବିକାଶ ପାତ୍ର, ରୁନା ଗୌଡ, ବିଜୟ ଗୌଡ, କୈଳାଶ, ବବଲୁ ଗନ୍ତାୟତ, ମିଲୁ ସେଠୀ, ନରେନ ହଂସ, କାହ୍ନା ଗୌଡ, ବିକାଶ ବିଶି, ବିକାଶ ହଂସ, ପଦାର ପାତ୍ର, ସପନ ନାଗ, ଡିଙ୍ଗର ପାତ୍ର, ମୃତ୍ୟୁଞ୍ଜୟ ନାଗ (ପିଣ୍ଟୁ), ସତ୍ୟ ଗୌଡିଆ ପ୍ରମୁଖ ସର୍ବ ସମ୍ମତି କ୍ରମେ ନିର୍ବାଚିତ ହୋଇଥିଲେ। ନର୍ଲାର ପ୍ରସିଦ୍ଧ ସଂକୀର୍ତ୍ତନ ଗୁରୁ ବିଜୟ ପଣ୍ଡା ଓ ପଦ୍ମିନୀ ପଣ୍ଡାଙ୍କୁ ଚଳିତ ବର୍ଷ ନବରାତ୍ରୀ ପୂଜା କର୍ତ୍ତା ଭାବରେ ଦାୟୀତ୍ୱ ଅର୍ପଣ କରାଯାଇଥିଲା। ମୋତେ ନର୍ଲା ନବରାତ୍ରୀ ଦୁର୍ଗାପୂଜା ପାଇଁ ସଭାପତି ଭାବରେ ଚୟନ କରାଯାଇଥିବାରୁ ସମସ୍ତଙ୍କୁ ଧନ୍ୟବାଦ। ନର୍ଲା ଜନସାଧାରଣଙ୍କ ଆସ୍ଥା ଓ ବିଶ୍ୱାସକୁ ଅତୁଟ ରଖି ନଅ ଦିନ ବ୍ୟାପୀ ଦୁର୍ଗା ପୂଜାକୁ ଶୃଙ୍ଖଳିତ ଏବଂ ଶାନ୍ତିପୂର୍ଣ୍ଣ ଭାବରେ କରାଯିବ। ଏଥିପାଇଁ କମିଟି ସଦସ୍ୟ ଓ ଜନସାଧାରଣଙ୍କ ସହଯୋଗ କାମନା କରୁଛି ବୋଲି ନବ ନିର୍ବାଚିତ ସଭାପତି ତାଙ୍କ ବକ୍ତବ୍ୟରେ କହିବା ସହିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.