ସିପିଆଇଏମ ତରଫରୁ ମଦନପୁର ରାମପୁର ତହସିଲ ଅଫିସରେ ବିକ୍ଷୋଭ ପ୍ରଦର୍ଶନ

ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ଏମଏମଡିଆର ଏମେଣ୍ଡମେଣ୍ଟ ଏକ୍ଟ-୨୦୨୬ କୁ ପ୍ରତ୍ୟାହାର ଓ ଦରଦାମ ବୃଦ୍ଧି କୁ ନିୟନ୍ତ୍ରଣ କରିବା ଦାବିରେ ଏମ ରାମପୁର ତହସିଲ ଅଫିସ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଛି ସିପିଆଇଏମ। ଜିଲ୍ଲା ସମ୍ପାଦକ ସାଥି ସତ୍ୟଜିତ ଚଟର୍ଜିଙ୍କ ନେତୃତ୍ୱରେ ଜିଲ୍ଲା କମିଟି ସଭ୍ୟ ସାଥି ଗଙ୍ଗାଧର ପ୍ରହରାଜ, ନରସିଂହ ଥପା, ଶତ୍ରୁଘ୍ନ ରଣା, ଦେବରାଜ ମାଝୀ, ବିନତା ରାଉତ ତଥା ସାଥି ଦେବଜୀତ ଚଟର୍ଜି, ପିତାମ୍ବର ହେର୍ଣ୍ଣା, ବିଶ୍ୱମ୍ଭର ଡୁଙ୍ଗରି ପ୍ରମୁଖ ଏଥିରେ ଅଂଶ ଗ୍ରହଣ କରି ହାତରେ ଦଳୀୟ ପତାକା ଓ ପ୍ଲା- କାର୍ଡ ଧରି ଶାନ୍ତିପୂର୍ଣ୍ଣ ଭାବରେ ବିରୋଧ ପ୍ରଦର୍ଶନ କରିଥିଲେ।ରାଜ୍ୟ କମିଟି ସଭ୍ୟ ସାଥି ବିଶ୍ୱଜିତ ଚଟର୍ଜି ସରାକରଙ୍କ ଏହି ଏକ୍ଟ ଉପରେ ବକ୍ତ୍ୟବ ରଖି ଏହାକୁ ବିରୋଧ କରି ପ୍ରତ୍ୟାହାର କରିନେବା ପାଇଁ ଦାବୀ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.