ରାଜ୍ୟର ୩୦ ଜଣ ଶିଳ୍ପୀଙ୍କ ସମେତ ହସ୍ତଶିଳ୍ପ ଗୁରୁକୁଳ ପକ୍ଷରୁ ସମ୍ମାନିତ ହେଲେ ବାଲେଶ୍ୱରର ଶିଳ୍ପୀ ଦମ୍ପତି କନକଲତା ଓ କେଶୁ ଦାସ

ଓଡ଼ିଆ ବାର୍ତ୍ତା/ ବାଲେଶ୍ୱର (କୃଷ୍ଣ କୁମାର ମହାନ୍ତି): ପାରମ୍ପରିକ ହସ୍ତଶିଳ୍ପ ଗୁରୁକୁଳ, ବ୍ରହ୍ମଗିରି ପକ୍ଷରୁ ୧୪ଶ ରାଜ୍ୟସ୍ତରୀୟ ହସ୍ତଶିଳ୍ପୀ ସମ୍ମାନ ଓ ଗୁରୁ ପୂଜନ କାର୍ଯ୍ୟକ୍ରମ ଗୁରୁ ଦିବସ ଅବସରରେ ପୁରୀର ସଂସ୍କୃତି ଭବନ ପରିସରରେ କାର୍ଯ୍ୟକ୍ରମ ପାଳିତ ହୋଇ ଯାଇଛି। ଏହି ଅବସରରେ ବିଭିନ୍ନ ଜିଲ୍ଲାରୁ ୩୦ରୁ ଉର୍ଦ୍ଧ୍ବ ପଥର, କାଠ, ଜଉ, କଂସ ପିତ୍ତଳ, ବାଉଁଶ, ନଡ଼ିଆ କତା, ଟେରାକୋଟା, ପଟ୍ଟଚିତ୍ର, ପୋଥିଚିତ୍ର ଚାନ୍ଦୁଆ, ତମ୍ବା ଇତ୍ୟାଦି ହସ୍ତକଳା ଓ ହସ୍ତତନ୍ତ କାରିଗରଙ୍କୁ ସମ୍ମାନିତ କରା ଯାଇଥିଲା। ବାଲେଶ୍ୱର ଜିଲ୍ଲାର ଲୋକକଳା ଜଉକଣ୍ଢେଇ ପାଇଁ ଶିଳ୍ପୀ ଦମ୍ପତି କେଶୁ ଦାସ ଓ କନକଲତା ଦାସଙ୍କୁ ‘ଶିଳ୍ପୀ ପରିବାର’ ଓ ସୋରର ବିଶିଷ୍ଟ ପଥର ଖୋଦେଇ ଶିଳ୍ପୀ ଗୋଲକ ପାତ୍ରଙ୍କୁ ‘ଶିଳ୍ପୀ କୁଳ’ ସମ୍ମାନରେ ଉପହାର, ଉପଢୌକନ ଓ ମାନପତ୍ର ପ୍ରଦାନ ପୂର୍ବକ ସମ୍ମାନିତ କରାଯାଇ ଥିଲା। ଏଥିର ହସ୍ତକଳା ବିକାଶର ଅଧିକାରୀ, କଳା – ସଂସ୍କୃତି – ଐତିହ୍ୟର ଲେଖକ ଓ ଗବେଷକ, ହସ୍ତକଳାର ଶୁଭେଚ୍ଛୁ ଓ ପ୍ରଶଂସକ ତଥା ସଂଗଠକ ଯୋଗ ଦେଇଥିଲେ। ଶେଷରେ ହସ୍ତକଳା ସ୍ୱୟଂ ସହାୟକ ଗୋଷ୍ଠୀର କର୍ମକର୍ତ୍ତାମାନେ ଗୁରୁମାନଙ୍କୁ ପାରମ୍ପରିକ ଢଙ୍ଗରେ ପୂଜାର୍ଚ୍ଚନା କରିଥିଲେ। ଆୟୋଜକ ସମ୍ପାଦକ କୃଷ୍ଣ ଚନ୍ଦ୍ର ମହାନ୍ତି ସମ୍ପାଦକୀୟ ପାଠ କରିଥିବା ବେଳେ ଅନ୍ୟତମ ସହଯୋଗୀ ‘ସମ୍ପର୍କ’ ଅନୁଷ୍ଠାନର ସମ୍ପାଦକ ସୌମେନ୍ଦ୍ର ଦାସ ସମସ୍ତଙ୍କୁ ଧନ୍ଯବାଦ ଅର୍ପଣ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.