ଅଲ ଓଡିଶା ସିଡ଼୍ୟୁଲଡ କାଷ୍ଟ ଫେଡେରେସନର ୬ଷ୍ଠ ପ୍ରତିଷ୍ଠା ଦିବସ : ରଘୁନାଥ ଦୀପ ଶ୍ରେଷ୍ଠ ସଭାପତି, ନର୍ଲା ମୋଷ୍ଟ ଏକ୍ଟିଭ ବ୍ଲକ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ଭବାନୀପାଟଣା ଟାଉନ ହଲ ଠାରେ ଅଲ ଓଡିଶା ସିଡ଼୍ୟୁଲଡ଼ କାଷ୍ଟ ଫେଡେରେସନର ଷଷ୍ଠତମ ପ୍ରତିଷ୍ଠା ଦିବସ ମହାସମାରୋହରେ ପାଳିତ ହୋଇଯାଇଛି। ତଥାଗତ ବୁଦ୍ଧ ଓ ଭାରତୀୟ ସମ୍ବିଧାନ ପ୍ରଣେତା ବାବାସାହେବ ଡ଼. ଭୀମରାଓ ଆମ୍ବେଦକରଙ୍କ ସମ୍ମୁଖରେ ଦୀପ ପ୍ରଜ୍ବଳନ, ପଞ୍ଚଶୀଳ ଓ ତ୍ରିଶରଣ ଗାନପରେ ଫେଡେରେସନର ରାଜ୍ୟ ସଭାପତି ଧନଞ୍ଜୟ ଦୀପଙ୍କ ସଭାପତିତ୍ବରେ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା। ଏନେଇ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କଳାହାଣ୍ଡି ଜିଲ୍ଲା ଶିକ୍ଷାଧିକାରୀ ରାଧାକାନ୍ତ ଛତ୍ରି ଯୋଗଦେଇ ସମାଜର ସାମଗ୍ରିକ ବିକାଶ ପାଇଁ ଶିକ୍ଷା ଓ ସାମାଜିକ ଏକତା ଉପରେ ଜୋର ଦେଇଥିଲେ। ଏଥିରେ ରାଜ୍ୟର ବିଭିନ୍ନ ଜିଲ୍ଲାର ଅନେକ ସାମାଜିକ ସଂଗଠନର ସଭାପତି ତଥା ପ୍ରତିନିଧି ଯୋଗ ଦେଇ ସାମାଜିକ ସୁସଂହତି ରକ୍ଷା ପାଇଁ ମତ ରଖିଥିଲେ। ବିଶେଷ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଓଡିଶାର ବିଭିନ୍ନ ଜିଲ୍ଲାର ଅନେକ ଦିବଂଗତ ବ୍ୟକ୍ତିବିଶେଷଙ୍କୁ ସମାଜ ପ୍ରତିଭା ସମ୍ମାନରେ ସମ୍ମାନିତ କରାଯାଇଥିଲା। ଶୃଙ୍ଖଳିତ ନିଷ୍ଠାପର ସାମାଜିକ ଏକତା ଓ ଉତ୍ତମ ସାଂଗଠନିକ ପରିଚାଳନା ପାଇଁ କଳାହାଣ୍ଡି ଜିଲ୍ଲାର ଶ୍ରେଷ୍ଠ ସଭାପତି ଭାବେ ରଘୁନାଥ ଦୀପଙ୍କୁ ସମାଜ ରତ୍ନ ଓ ସର୍ବାଧିକ ସକ୍ରିୟ ସଂଗଠନ ଭାବେ ନର୍ଲା ବ୍ଲକଙ୍କୁ ମୋଷ୍ଟ ଏକ୍ଟିଭ ପୁରସ୍କାରରେ ସମ୍ମାନିତ କରି ଟ୍ରଫି ଓ ମାନପତ୍ର ପ୍ରଦାନ କରାଯାଇଥିଲା। ସଭାରେ ଜିଲ୍ଲା ସଭାପତି ବୃନ୍ଦାବନ ନାଗ, କାର୍ଯ୍ୟଜାରୀ ସଭାପତି ତେଜରାଜ ବେହେରା, ମହାସଚିବ ଶତ୍ରୁଘ୍ନ ନାଏକ, ସମାଜିକ ମୁଖ୍ୟ ଗିରିଜା ବେହେରା ତଥା ଫେଡେରେସନର ବିଭିନ୍ନ ବ୍ଲକର ସଭାପତି ଓ କାର୍ଯ୍ୟକର୍ତ୍ତା ମଞ୍ଚାସୀନ ଥିଲେ। ମଞ୍ଚ ପରିଚାଳନା କରିଥିଲେ ଗିରିଜା ବେହେରା ଓ ଶତ୍ରୁଘ୍ନ ନାଏକ। 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.