୧୦ରେ ପ୍ରତିଭା ରାୟଙ୍କୁ ସାହିତ୍ୟ ଅକାଦେମିର ଫେଲୋସିପ ପ୍ରଦାନ ଉତ୍ସବ

ଓଡ଼ିଆ ବାର୍ତ୍ତା/ ଭୁବନେଶ୍ୱର: ଆସନ୍ତା ୧୦ ତାରିଖ ଗୁରୁବାର ଦିନ ସାହିତ୍ୟ ଅକାଦେମି ପକ୍ଷରୁ ସ୍ଥାନୀୟ ସଂସ୍କୃତି ଭବନ ସଭାଗୃହରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ବିଖ୍ୟାତ ଲେଖିକା ପ୍ରତିଭା ରାୟଙ୍କୁ ଅକାଦେମିର ସର୍ବୋଚ୍ଚ ସମ୍ମାନ ମହତ୍ତର ସଦସ୍ୟତା (ଫେଲୋସିପ) ପ୍ରଦାନ କରାଯିବ। ଅପରାହ୍ଣ ସାଢ଼େତିନିଟାରେ ଆରମ୍ଭ ହେବାକୁଥିବା ଏହି କାର୍ଯ୍ୟକ୍ରମରେ ସାହିତ୍ୟ ଅକାଦେମିର ସଭାପତି ଡକ୍ଟର ମାଧବ କୌଶିକ ଅଧ୍ୟକ୍ଷତା କରିବା ପୂର୍ବକ ପ୍ରତିଭା ରାୟଙ୍କୁ ଫେଲୋସିପ ପ୍ରଦାନ କରିବେ। ସ୍ୱାଗତ ଭାଷଣ ପ୍ରଦାନ ସହିତ ପ୍ରଶସ୍ତି ପାଠ କରିବେ ସାହିତ୍ୟ ଅକାଦେମିର ସଚିବ ଡକ୍ଟର ବରୁଣ ଗୁଲାଟି।

ଏହି ଉପଲକ୍ଷେ ଆୟୋଜିତ ସଂବାଦ କାର୍ଯ୍ୟକ୍ରମରେ ସଭାପତିତ୍ୱ କରିବେ ଓଡ଼ିଆ ଉପଦେଷ୍ଟା ମଣ୍ଡଳୀର ଆବାହକ ଡକ୍ଟର ଗୌରହରି ଦାସ। ବକ୍ତା ଭାବରେ ଯୋଗଦେବେ ପ୍ରଫେସର ପ୍ରଫୁଲ୍ଲ କୁମାର ମହାନ୍ତି, ପ୍ରଫେସର ସଂଘମିତ୍ରା ମିଶ୍ର ଏବଂ କଥାକାର ଦେବପ୍ରସାଦ ଦାଶ।

ଶେଷରେ ସମ୍ମାନ ସ୍ବୀକାରୋକ୍ତି ପ୍ରଦାନ କରିବେ ପଦ୍ମଭୂଷଣ ପ୍ରତିଭା ରାୟ। କାର୍ଯ୍ୟକ୍ରମରେ ଲେଖକ, ଗବେଷକ, ସାହିତ୍ୟପ୍ରେମୀ ଓ ଛାତ୍ରଛାତ୍ରୀମାନେ ଯୋଗଦେବା ପାଇଁ ସାହିତ୍ୟ ଅକାଦେମିର ଓଡ଼ିଆ ଉପଦେଷ୍ଟା ମଣ୍ଡଳୀ ତରଫରୁ ଅନୁରୋଧ କରାଯାଇଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.