ଟ୍ରେନ୍‌ ଧକ୍କାରେ ଦନ୍ତା ହାତୀର ମୃତ୍ୟୁ

ଓଡ଼ିଆ ବାର୍ତ୍ତା/ ରାୟଗଡା (ପଦ୍ମନ ଭତ୍ରା): ଟ୍ରେନ ଇଞ୍ଜିନ ଧକ୍କାରେ ଗୋଟିଏ ଦନ୍ତା ହାତୀ ମୃତ୍ୟବରଣ କରିଥିବା ଜଣାପଡିଛି I ବୃନ୍ଦାବାଡି ରେଳ ଲାଇନ ବିଷମକଟକ-ଥେରୁବାଲି ରେଳ ଧାରଣାରେ ଏହି ଘଟଣା ଘଟିଛି । ରେଳଧାରଣାଠାରୁ ୩ ମିଟର ଦୂରରେ ପଡ଼ିଛି ହାତୀର ମୃତଦେହ I ସୂଚନାରୁ ଅନୁଯାଇ ୩୧୨/୫-୭ କିଲୋମିଟର ନିକଟରେ ବ୍ୟାଙ୍କର୍ ଲାଇଟ୍ ଇଞ୍ଜିନ୍‌ ଧକ୍କା ଦେଇଥିବା ସୂଚନା ମିଳିଛି I ଏହି ଘଟଣା ବିଳମ୍ବିତ ତାତିରେ ଘଟିଥିବା ବେଳେ ଆଜି ସକାଳୁ ସକାଳୁ ଆର ପି ଏଫ ଓ ବନ ବିଭାଗ ଘଟଣା ସ୍ଥଳରେ ପହଞ୍ଚିଛନ୍ତି I ବର୍ଷା ହେଉଥିବା ଯୋଗୁଁ ଉଦ୍ଧାର କାର୍ଯ୍ୟ ବିଳମ୍ବିତ ହୋଇଛି । କିଛି ମାସ ହେଲା କଳାହାଣ୍ଡି ଜିଲ୍ଲାରୁ ଏକ ହାତୀ ପଲ ଏହି ଅଞ୍ଚଳରେ ରହୁଥିଲେ ତାହାରି ମଧ୍ୟରେ ଏ ଦନ୍ତା ଅଲଗା ହୋଇ ମୃତ୍ୟୁର ଶିକାର ହୋଇଥିବା ଅନୁମାନ କରାଯାଉଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.