ଖର୍ସେଲବାଞ୍ଜି ଦୁର୍ଗାପୂଜାରେ ଆୟୋଜିତ ହେଵ ମହିଷାସୁର ଦରବାର

ଓଡ଼ିଆ ବାର୍ତ୍ତା/ ସଇଁତଲା (ରମାକାନ୍ତ ରାଜପଲିଆ): ସଇଁତଳା ବ୍ଲକ ଜୁ୍ରାବନ୍ଧ ପଞ୍ଚାୟତ ଖର୍ସେଲବାଞ୍ଜି ସ୍ଥିତ ଭଗବତ କଳାବିକାଶ ପରିଷଦ ଆନୁକୂଲ୍ୟରେ ସାର୍ବଜନୀନ ଶାରଦୀୟ ଦୁର୍ଗାପୂଜାରେ ଆୟୋଜିତ ହେଵ ‘ମହିଷାସୁର ଦରବାର’ | ସଦାନନ୍ଦ ମିର୍ଦ୍ଧା ଏହାର ନିର୍ଦ୍ଦେଶନା ଦେବେ | ଏହି ଅବସରରେ ଗୌନ୍ତିଆ ଟିକେନନ୍ଦ ମାଝୀ ସ୍ଥାନୀୟ କ୍ଳବ ଗୃହ ଠାରେ ଶୁକ୍ରବାର ରାତିରେ ‘ପୁସ୍ତକ ପୂଜନ’ କରିଥିଲେ | ମହିଷାସୁର ଦରବାରରେ ମହିଷାସୁର ଭୂମିକାରେ ନିମାନନ୍ଦ ଖମାରୀ, ରାଣୀ ଚନ୍ଦ୍ରାବତୀ-ରୁଦ୍ରାକ୍ଷ ଧରୁଆ, ଦୁର୍ଗା-ରବି ମହାକୁର, ଶୁମ୍ଭ-ଜୟରାମ ମାଝୀ, ନିଶୁମ୍ଭ-ପପୁ ମାଝୀ, ମନ୍ତ୍ରୀ ଅନ୍ଧକ-ଆକାଶ ଧରୁଆ, ନାରଦ-ଘାସିରାମ ଖମାରୀ, ଦେବରାଜ ଇନ୍ଦ୍ର-କୃଷ୍ଣଚନ୍ଦ୍ର ମାଝୀ, ଦୂତ-ଦୀପକ ମାଝୀ, ଅଙ୍ଗାର ପନ୍ନଗ-ଟିକୁ ଧରୁଆ, ପ୍ରହରୀ-ସୋମନାଥ ମିର୍ଦ୍ଧା, ବିଷ୍ଣୁ-ଜିତୁ ଦାସ, କୁବେର -ରାକେଶ ପରୁଆ, ମରୁତ-ଦେବାଶିଷ ଭୋଇ, ବ୍ରହ୍ମା-ଆଶିଷ ଭୋଇ ଏବଂ ଦେବଗଣ ଭୂମିକାରେ ରାଜିନ ଧରୁଆ, ରାଜେଶ ପରୁଆ ଅବତୀର୍ଣ୍ଣ ହେବେ | ବାଦ୍ୟଯନ୍ତ୍ରାଂଶେ ତବଲାରେ ସଦାନନ୍ଦ ମିର୍ଦ୍ଧା, କିବୋର୍ଡ଼-ଜଗନ ଖମାରୀ, ଓକ୍ଟାପେଡରେ କାହ୍ନା ମିର୍ଦ୍ଧା ସହାୟତା କରିବେ | ମଞ୍ଚ ସଜ୍ଜା, ଲାଇଟ, ସାଉଣ୍ଡ ସିଷ୍ଟମ ଓ ଚିତ୍ରାଳୟରେ କ୍ରିଷ୍ଣା ଇଭେଣ୍ଟ ଏଣ୍ଡ ଡେକୋର, ଖର୍ସେଲବାଞ୍ଜିଙ୍କ ଅବଦାନ ରହିବ ବୋଲି ଆୟୋଜକ କମିଟି ସୂତ୍ରରୁ ପ୍ରକାଶ |

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.