ଯୁବ ଉଦ୍ୟୋଗୀ ଟିଟନ ସାହୁଙ୍କୁ ବିଶ୍ୱସ୍ତରୀୟ ଉତ୍କର୍ଷ ସମ୍ମାନ-୨୦୨୬ ପ୍ରଦାନ

ଓଡିଆ ବାର୍ତ୍ତା/ କଟକ: ଖଣ୍ଡପଡ଼ା ବ୍ଲକ ସିଧାମୂଳା ଗ୍ରାମର ଯୁବ ସମାଜସେବୀ ଟିଟନ ସାହୁଙ୍କୁ ବିଶ୍ବସ୍ତରୀୟ ଉତ୍କର୍ଷ ସମ୍ମାନ-୨୦୨୬ ପ୍ରଦାନ କରାଯାଇଛି । ମସ୍କୋ ଗବେଷଣା ବିଶ୍ୱ ବିଦ୍ୟାଳୟର ମୂଲ୍ୟାୟନ ପରିଷଦ ଓ ସଚିବାଳୟ ପକ୍ଷରୁ ଶ୍ରୀ ସାହୁଙ୍କୁ ଏହି ସମ୍ମାନ ନିମନ୍ତେ ଚୟନ କରାଯିବା ପରେ ଭୁବନେଶ୍ବର ଠାରେ ଆୟୋଜିତ କାର୍ଯ୍ୟକ୍ରମରେ ଏହି ସମ୍ମାନ ପ୍ରଦାନ କରାଯାଇଛି । ଲୋରିଅଲ ଇଷ୍ଟେଟ ଭେଞ୍ଚର୍ସର ପରିଚାଳନା ନିର୍ଦ୍ଦେଶକ ଭାବେ ଶ୍ରୀ ସାହୁଙ୍କର ଉଦ୍ୟୋଗ ପରିଚାଳନାରେ ଦକ୍ଷତା, ଓଡିଶାରେ ସହରୀ ଆଧୁନିକୀକରଣ ଓ ଆଧୁନିକ ଗୃହ ନିର୍ମାଣ ବ୍ୟବସ୍ଥାର ବିକାଶରେ ତାଙ୍କର ଅତୁଳନୀୟ ଅବଦାନକୁ ଆଧାର କରି ବ୍ୟବସାୟ ପ୍ରଶାସନରେ ଡକ୍ଟରେଟ (ଡିବିଏ) ସମ୍ମାନ ପ୍ରଦାନ ନେଇ ଶ୍ରୀସାହୁଙ୍କୁ ଚୟନ କରାଯାଇଥିବା ମସ୍କୋ ଗବେଷଣା ବିଶ୍ୱବିଦ୍ୟାଳୟର ସଚିବାଳୟ ପକ୍ଷରୁ ସୂଚନା ମିଳିଛି । ସେହିପରି ଉଦ୍ୟୋଗ ପରିଚାଳନାରେ ଶ୍ରୀ ସାହୁଙ୍କ ଦକ୍ଷତାକୁ ବିଶେଷ ଭାବେ ପ୍ରଶଂସା କରାଯାଇଥିଲା ବେଳେ ବ୍ୟବସାୟ ଓ ସହରୀ ଭିତ୍ତିଭୂମିର ବିକାଶ କ୍ଷେତ୍ରରେ ତାଙ୍କୁ ମିଳିଥିବା ଏହି ସମ୍ମାନ ଏକ ଆଧୁନିକ ଓଡ଼ିଶା ଗଠନ ଦିଗରେ ଅଧିକ ଉତ୍ସାହ ଓ ପ୍ରେରଣା ଯୋଗାଇବ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.