ବନ୍ଧପାରୀରେ ମା’ ଡୋକ୍ରିଗୁଡ଼ୀ ମହିଳା କୃଷକ ଉତ୍ପାଦକ କମ୍ପାନୀର ଷଷ୍ଠ ବାର୍ଷିକ ସାଧାରଣ ସଭା

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ବନ୍ଧପାରୀଠାରେ ମା’ ଡୋକ୍ରିଗୁଡ଼ୀ ମହିଳା କୃଷକ ଉତ୍ପାଦକ କମ୍ପାନୀ ଲିମିଟେଡ୍‌ର ଷଷ୍ଠ ବାର୍ଷିକ ସାଧାରଣ ସଭା ଅନୁଷ୍ଠିତ ହୋଇଯାଇଛି। କମ୍ପାନୀର ଅଧ୍ୟକ୍ଷା ସୁନୀତା ପାତ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବେ ସହକାରୀ ଉଦ୍ୟାନ କୃଷି ଅଧିକାରୀ ଅନନ୍ତ ନାରାୟଣ ପଣ୍ଡା ଏବଂ କୃଷି ଉତ୍ପାଦନ ସମୂହ ପ୍ରକଳ୍ପର କାର୍ଯ୍ୟକ୍ରମ ପରିଚାଳକ ଦେବାଶିଷ ପଣ୍ଡା ଯୋଗଦେଇଥିଲେ। ଏହି ଅବସରରେ କମ୍ପାନୀର ମୁଖ୍ୟ କାର୍ଯ୍ୟନିର୍ବାହୀ ଜୟଶ୍ରୀ ମହାନ୍ତି, କୃଷି ଉତ୍ପାଦନ ସମୂହ ପ୍ରକଳ୍ପର ବିଷୟ ବିଶେଷଜ୍ଞ ଚିରଞ୍ଜୀବୀ ସାହୁ, ଗୋଷ୍ଠୀ ସମନ୍ୱୟକ ପ୍ରମୋଦ କୁମାର ବିଭାର, ତରୁଣ ପ୍ରଧାନୀ, ଗୋଷ୍ଠୀ ସମ୍ବଳ ବ୍ୟକ୍ତି ବିଶି ହରପାଲ, ଉପେନ୍ଦ୍ର ଦୋରା, ମଦନା ନାଗଙ୍କ ସମେତ କମ୍ପାନୀର ନିର୍ଦ୍ଦେଶକ ଦମୟନ୍ତୀ ସାହୁ, ନୀଳ ମାଝୀ ଓ ଅନ୍ୟ ସଦସ୍ୟମାନେ ଉପସ୍ଥିତ ଥିଲେ। ସଭାରେ କମ୍ପାନୀର ୨୦୨୫-୨୬ ଆର୍ଥିକ ବର୍ଷର କାର୍ଯ୍ୟ ଓ ଅଗ୍ରଗତି ସହ ଆୟ-ବ୍ୟୟ ହିସାବ ଉପସ୍ଥାପନ କରାଯାଇଥିଲା। ଏଥିସହ ସକ୍ରିୟ ସଦସ୍ୟ ମଞ୍ଚ ଚୟନ, ବିଭିନ୍ନ ସରକାରୀ ଯୋଜନା, କୃଷି ସମୃଦ୍ଧି ଯୋଜନା, ମହିଳା କୃଷକଙ୍କ ନାମରେ ସମ୍ପତ୍ତି ସୃଷ୍ଟି ଓ ମହିଳାଙ୍କ ନାମରେ କୃଷକ ପରିଚୟପତ୍ର ପ୍ରଦାନ ଆଦି ବିଷୟରେ ଆଲୋଚନା ହୋଇଥିଲା। ଶେଷରେ ୨୦୨୬-୨୭ ଆର୍ଥିକ ବର୍ଷର କାର୍ଯ୍ୟଯୋଜନା ଓ ଭବିଷ୍ୟତ   ଉପରେ ଆଲୋଚନା କରାଯାଇଥିଲା। କାର୍ଯ୍ୟକ୍ରମରେ ବହୁ ସଂଖ୍ୟକ ମହିଳା କୃଷକ ଯୋଗଦେଇଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.