ସିପିଆଇଏମ ତରଫରୁ ଗୌଡ କର୍ଲାଖୁଣ୍ଟାରେ ଗାନ୍ଧୀ ଜୟନ୍ତୀ ପାଳିତ

ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ଆଜି ପବିତ୍ର ଗାନ୍ଧୀ ଜୟନ୍ତୀ। ପ୍ରତ୍ୟେକ ଅନୁଷ୍ଠାନ ଗୁଡିକରେ ପାଳିତ ହୋଇଯାଇଛି ଗାନ୍ଧୀ ଜୟନ୍ତୀ। ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ୧୫୮ତମ ଜନ୍ମ ଦିବସ କଳାହାଣ୍ଡି ଜିଲ୍ଲା ମଦନପୁର ରାମପୁର ଗୌଡ଼ କର୍ଲାଖୁଣ୍ଟା ଗ୍ରାମରେ ସିପିଆଏମ ପକ୍ଷରୁ ପାଳନ କରାଯାଇଛି। ସାଥି ବିଶ୍ୱଜିତ ଚଟର୍ଜିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ ସାଥି ସତ୍ୟଜିତ ଚଟର୍ଜୀ, ଗଙ୍ଗାଧର ପ୍ରହରାଜ, ଅନିରୁଦ୍ଧ ଭୋଇ, ପିତାମ୍ବର ହେର୍ଣ୍ଣା, ମନୋହର ସାହୁ, ଦେବଜୀତ ଚଟର୍ଜି, ଅଦଳ ମାଝୀ, ବିଶ୍ୱମ୍ୱର ଡୁଙ୍ଗରି ପ୍ରମୁଖ ଉପସ୍ଥିତ ଥିଲେ। ପ୍ରଥମେ ଗାନ୍ଧିଜୀଙ୍କ ପ୍ରତିଛବିରେ ପୁଷ୍ପମାଲ୍ୟ ଅର୍ପଣ ଓ ଦୀପ ପ୍ରଜ୍ବଳନ ପରେ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ବିଶ୍ୱଜିତ ଚଟର୍ଜି ଗାନ୍ଧିଜୀଙ୍କ ଜୀବନୀ ଉପରେ ଆଲୋକପାତ କରିବା ସହ ତାଙ୍କ ଆଦର୍ଶରେ ଅନୁପ୍ରାଣିତ ହେବା ପାଇଁ ମାର୍ଗଦର୍ଶନ ଦେଇଥିଲେ। 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.