ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବିଧାୟିକା ମନୋରମା ମହାନ୍ତି ନିଜ ବିଧାନ ସଭା କ୍ଷେତ୍ର ଅଞ୍ଚଳର ୧୨ ରୁ ଉର୍ଦ୍ଧ୍ବ ସ୍ଥାନରେ ଅନୁଷ୍ଠିତ ହୋଇଥିବା ଦୁର୍ଗାପୂଜାରେ ସାମିଲ ହୋଇଥିଲେ। ସେ ପୂଜା ମଣ୍ଡପଗୁଡିକରେ ପହଞ୍ଚି ଜଗତଜନନୀଙ୍କ ଦର୍ଶନ କରିବା ସହ ଅଞ୍ଚଳବାସୀଙ୍କ ସୁଖ ସମୃଦ୍ଧି କାମନା କରିଥିଲେ। ବିଧାୟିକା ନର୍ଲା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବାରବନ୍ଧା, ଉର୍ଲାଦାନୀ, ମୋହନଗିରି, ମଦନପୁର, ଅଁଳାତରା, ରୁପ୍ରା, ପଲମ, ତୁଣ୍ଡଲା, ପିପଲପଦର, ହାତୀଖୋଜ, କର୍ଲାମୁଣ୍ଡା, ରିଷିଡା, ମୁଣ୍ଡାପଲା, ମ.ରାମପୁର ଆଦି ଦୁର୍ଗା ମଣ୍ଡପ ସହ ଅନ୍ୟାନ୍ୟ ସ୍ଥାନର ଅନେକ ମଣ୍ଡପ ବୁଲି ଦେଖିଥିବା ଜଣାପଡିଛି। ସଂପୃକ୍ତ ପୂଜା କମିଟିର କାର୍ଯ୍ୟକର୍ତ୍ତାମାନେ ବିଧାୟିକାଙ୍କୁ ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ। ଶାନ୍ତି ଶୃଙ୍ଖଳାର ସହ ପୂଜା ପରିଚାଳନା ପାଇଁ ସମସ୍ତ ଦୁର୍ଗାପୂଜା କମିଟି କର୍ମକର୍ତ୍ତାଙ୍କୁ ସାଧୁବାଦ ଜଣାଇଛନ୍ତି ନର୍ଲା ବିଧାୟିକା ମନୋରମା ମହାନ୍ତି।





