ଜନସମ୍ପର୍କ ପଦଯାତ୍ରା ପାଇଁ ବିଜେଡିର ପ୍ରସ୍ତୁତି ବୈଠକ

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କୋକସରା ବ୍ଳକ ବିଜୁ ଜନତା ଦଳ କାର୍ଯ୍ୟାଳୟଠାରେ ଗୁରୁବାର ଜନସମ୍ପର୍କ ପଦଯାତ୍ରା ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି। ବ୍ଳକ ବିଜେଡି ସଭାପତି ସୁଶାନ୍ତ ବେହେରାଙ୍କ ସଭାପତିତ୍ବରେ ଅନୁଷ୍ଠିତ ବୈଠକରେ ପୂର୍ବତନ ମନ୍ତ୍ରୀ ପୁଷ୍ପେନ୍ଦ୍ର ସିଂଦେଓ, ପୂର୍ବତନ ବିଧାୟକ ମୌଷଧି ବାଗ, ବ୍ଳକ ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲ, ଧବଳେଶ୍ଵର ନାଗ, ପ୍ରମୋଦ ଦାସ, ଅଶୋକ ପୁଝାରୀ ପ୍ରମୁଖ ମଞ୍ଚାସୀନ ହୋଇଥିଲେ। ବୈଠକରେ ଉପସ୍ଥିତ ସମସ୍ତଙ୍କ ମତାମତ ପରେ ଆସନ୍ତା ୩୦ ତାରିଖରେ କୋକସରା ବ୍ଳକ କାର୍ଯ୍ୟାଳୟଠାରୁ ଧାନ ମଣ୍ଡି ପର୍ଯ୍ୟନ୍ତ ପଦଯାତ୍ରା ପାଇଁ ସ୍ଥିର କରାଯାଇଛି। ଏହି ଜନସଂପର୍କ ପଦଯାତ୍ରାରେ ଲୋକଙ୍କୁ ବିଜେପି ସରକାରଙ୍କ ବିଫଳତା, ଦରଦାମ ବୃଦ୍ଧି ଆଦି ବିଷୟରେ ଅବଗତ କରାଇବା ପାଇଁ କର୍ମୀମାନଙ୍କୁ ଆହ୍ୱାନ ଦେଇଥିଲେ। ବୈଠକରେ ମହେଶ ଗୁପ୍ତା, ବସନ୍ତ ପଟ୍ଟନାୟକ, ମୁକ୍ତେଶ୍ଵର ନାଏକ, ଅରବିନ୍ଦ ପଟ୍ଟନାୟକ, ହେମନ୍ତ ବାଣୁଆ, ନରେନ୍ଦ୍ର ଧଙ୍ଗଡାମାଝୀ, ବିମଳ ଦାସ, ବାବୁ ସାହୁ, ଭିକାରୀ ମାଝୀ, ବିଶ୍ବନାଥ ପଟ୍ଟନାୟକ, ଭକ୍ତିରାମ ପୋଡ଼ ସମେତ ୨୨ ଗୋଟି ପଞ୍ଚାୟତର ବିଜେଡ଼ି ପଞ୍ଚାୟତ ସଭାପତି ସହ ବହୁ ବିଜେଡ଼ି କର୍ମକର୍ତ୍ତା ଯୋଗ ଦେଇଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.