ରାମଚନ୍ଦ୍ରପୁରରେ ଲାଞ୍ଜିଗଡ଼ ବ୍ଲକ ବ୍ରାହ୍ମଣ ସମାଜର ସାଂଗଠନିକ ସଭା

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ରାମଚନ୍ଦ୍ରପୁର ଜଗନ୍ନାଥ ମନ୍ଦିର ପରିସରରେ ଲାଞ୍ଜିଗଡ଼ ବ୍ଲକ ବ୍ରାହ୍ମଣ ସମାଜ ର ଏକ ସାଂଗଠନିକ ସଭା ଲାଞ୍ଜିଗଡ଼ ବ୍ଲକ ବ୍ରାହ୍ମଣ ସମାଜ ସଭାପତି ଶ୍ରୀ ହରେକୃଷ୍ଣ ଯୋଷୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ସର୍ବପ୍ରଥମେ ସମାଜର ସକ୍ରିୟ ସଦସ୍ୟ କିଶୋର ପୁରୋହିତ ସମସ୍ତଙ୍କୁ ସ୍ୱାଗତ ଓ ଶୁଭେଚ୍ଛା ଜଣାଇ କାର୍ଯ୍ୟକ୍ରମଟିକୁ ପ୍ରାରମ୍ଭ କରିଥିଲେ।ତାପରେ ସମାଜର ସାଧାରଣ ସମ୍ପାଦକ ଶ୍ରୀମୁଖ ଅଗସ୍ତି ବର୍ତ୍ତମାନ ଲାଞ୍ଜିଗଡ଼ ବ୍ଲକ ବ୍ରାହ୍ମଣ ସମାଜ ର ରୂପରେଖ ଉପରେ ସମ୍ୟକ ବିବରଣୀ ଉପସ୍ଥାପନ କରିଥିଲେ।ଏହି ସଭାରେ ସମାଜର ସଂସ୍କାର, ସୁଧାର ସଂଗଠନ ଉପରେ ଆଲୋଚନା କରାଯାଇଥିଲା। ସମାଜର ଏହି ୩ ଗୋଟି ଉଦ୍ଧେଶ୍ୟ ସାଧିତ କିପରି ହୋଇପାରିବ ସାଂଗଠନିକ ସମ୍ପାଦକ ଭଗବାନ ହୋତା ବିଭିନ୍ନ ଉଦାହରଣ ଦେଇ ଆଲୋକପାତ କରିଥିଲେ। ସମାଜର ଉପସଭାପତି ମନୋଜ ମହାପାତ୍ର, କୋଷାଧ୍ୟକ୍ଷ ଦୁର୍ଗାମାଧବ ରଥ, ସମାଜର ସକ୍ରିୟ ସଦସ୍ୟ ପ୍ରଭାତ ବେହେରା, ବିଜୟ କୁମାର ପାଢ଼ୀ, ଲମ୍ବୋଦର ପତି, ଅନିଲ କୁମାର ପାଢ଼ୀ, କାର୍ତ୍ତିକେଶ୍ୱର ବେହେରା, ଦିଲ୍ଲୀପ ମିଶ୍ର ସଂଗଠନ ମଜବୁତ ହେବା ପାଇଁ ନିଜ ନିଜର ମାର୍ଗଦର୍ଶନ ପ୍ରଦାନ କରିଥିଲେ। କଥାରେ ଅଛି ପ୍ରତ୍ୟେକ ପୁରୁଷ ସଫଳତା ପଛରେ ଜଣେ ମହିଳାଙ୍କ ହାତ ରହିଥାଏ। ଏଣୁ ଆମ ସମାଜକୁ ଆଗେଇନେବା ପାଇଁ ବର୍ତ୍ତମାନ ମା ଭଉଣୀ ମାନଙ୍କ ସକ୍ରିୟ ଅଂଶଗ୍ରହଣ, ସହଯୋଗ ଓ ମାର୍ଗଦର୍ଶନ ର ଆବଶ୍ୟକତା ରହିଛି। ଟୁନା ପାଣିଗ୍ରାହୀ, ଶୁଭେନ୍ଦୁ ପଣ୍ଡା, ଭବାନୀଶଙ୍କର ନନ୍ଦ, ଦେବାଶିଷ ମହାପାତ୍ର, ମଧୁସୂଦନ ପଣ୍ଡା ଭବାନୀ ଆଚାର୍ଯ୍ୟ, ରାଜେନ୍ଦ୍ର ବିଶି, ହୃଷିକେଶ ନନ୍ଦ, ରାମଚନ୍ଦ୍ର ଶର୍ମା, ରାଜେନ୍ଦ୍ର ପଣ୍ଡା, ସତ୍ୟନାରାୟଣ ପାଣ୍ଡିଆ, ମନୋଜ ମିଶ୍ର, ସନାତନ ପଣ୍ଡା, ସତ୍ୟବ୍ରତ ଦାଶ, ନିଳାଞ୍ଚଳ ପଣ୍ଡା, ସ୍ୱଦେଶ ପଣ୍ଡା, ସପନେ ପଣ୍ଡା,ଚକ୍ରଧର ପଣ୍ଡା, ସୋମନାଥ ଦାଶ, ଗୀତାଞ୍ଜଳି ପୁରୋହିତ, ସୁଷମା ବେହେରା, କମଳିନୀ ମିଶ୍ର, ନିରୁପମା ପତି, ମମତା ପଣ୍ଡା, ସୁଭାଗ୍ୟ ପଣ୍ଡା, ପୁଷ୍ପାଞ୍ଜଳି ପଣ୍ଡା, ମମତା ପଣ୍ଡା, ସବିତା ବେହେରା, ମନୋଜ ବେହେରା, ଉମାଶଙ୍କର ବେହେରା, ମୁକେଶ ବେହେରା, ଅଶୋକ ପୁରୋହିତ, ମହେନ୍ଦ୍ର ପଣ୍ଡା, ମନୋଜ ଶତପଥୀ, ସତ୍ୟନାରାୟଣ ମହାପାତ୍ର ତଥା ଅନ୍ୟାନ୍ୟ ସଦସ୍ୟ ଉପସ୍ଥିତ ରହିଥିଲେ। ସମାଜର ଭବିଷ୍ୟତ କାର୍ଯ୍ୟପନ୍ଥା ନିର୍ଦ୍ଧାରଣ କରାଯାଇଥିଲା। ପରିଶେଷରେ ସାଧାରଣ ସମ୍ପାଦକ ଶ୍ରୀମୁଖ ଅଗସ୍ତି ସମସ୍ତଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.